ଭୁବନେଶ୍ବର: ରାତି ଅଧରେ ରଣକ୍ଷେତ୍ର ପାଲଟିଲା ଭରତପୁରର ବନଦୁର୍ଗା ବସ୍ତି। ଅଭିଯୁକ୍ତକୁ ବାନ୍ଧିବାକୁ ଗଲାବେଳେ ପୁଲିସ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଛି। ଢେଲାପଥର ମାଡ଼ରେ ପିସିଆର୍ ଭାଙ୍ଗି ଯାଇଛି। ପିସିଆର ଭିତରେ ବସି ନିଜକୁ ସୁରକ୍ଷିତ ମଣୁଥିବା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଭଳି ଏକ ଆକ୍ରମଣ ପାଇଁ ବିଲ୍କୁଲ୍ ପ୍ରସ୍ତୁତ ନଥିବା ଭରତପୁର ଥାନା ପୁଲିସ୍ ପାଇଁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ମହିଳା ପୁଲିସ ଅଧିକାରୀଙ୍କ ସହ ଦୁଇଜଣ ଆହତ ହୋଇଥିବା ବେଳେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ସୂଚନା ମୁତାବକ, ଜମିବାଡ଼ି ବିବାଦକୁ ନେଇ ବନଦୁର୍ଗାବସ୍ତିରେ ଦୁଇଭାଇ ସୂର୍ଯ୍ୟ ମହାରଣା ଓ ଅଶୋକଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ରବିବାର ରାତିରେ ଅଶୋକ ବଡ଼ ଭାଇଙ୍କ ପାଖକୁ ଯାଇ ଘରର ଅଧା ଦେବାକୁ ଦାବି କରିଥିଲେ। କଥାକଟାକଟି ହେବା ସହ ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା। ଉତ୍କ୍ଷିପ୍ତ ହୋଇ ସୂର୍ଯ୍ୟ ଓ ତାଙ୍କ ୨ ପୁଅ ଦୁଇଟି ଖଣ୍ଡା ଧରି ଅଶୋକଙ୍କ ଆଡ଼କୁ ଝପଟି ଆସିଥିଲେ। ପ୍ରାଣ ବିକଳରେ ଅଶୋକ ରାସ୍ତାରେ ଦୌଡ଼ିଥିଲେ। ବାପା-ପୁଅ ମଧ୍ୟ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ଅଶୋକଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଯିବା ପରେ ବାପ-ପୁଅ ସେଠାରୁ ପଳାଇଥିଲେ। ବସ୍ତି ଲୋକେ ଅଶୋକଙ୍କୁ ଡାକ୍ତରଖାନା ନେଇଥିଲେ। ଏହାକୁ ନେଇ ବସ୍ତିରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୂରା ବସ୍ତି ଦୁଇ ଗୋଷ୍ଠୀ ହୋଇଯିବାରୁ ଛକାପଞ୍ଝା ଲାଗି ରହିଥିଲା। କିଛି ଲୋକ ସୂର୍ଯ୍ୟଙ୍କୁ ଆକ୍ରମଣ ପାଇଁ ଛକି ରହିଥିଲେ।
ଖବର ପାଇ ଭରତପୁର ଥାନା ପୁଲିସର ୨ଟି ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତ ସୂର୍ଯ୍ୟ ଓ ୨ପୁଅଙ୍କୁ ଆଣିବା ବେଳେ କିଛି ଲୋକ ପ୍ରତିବାଦ କରିଥିଲେ। କିନ୍ତୁ ପୁଲିସ ଅଭିଯୁକ୍ତଙ୍କୁ ନଛାଡ଼ିବାରୁ ସେମାନେ ଟେକାପଥର ମାଡ଼ କରି ଅଭିଯୁକ୍ତଙ୍କୁ ପୁଲିସ୍ ଠାରୁ ଛଡ଼ାଇ ନେବାକୁ ଚାହିଥିଲେ। କୌଣସି ପରିସ୍ଥିତିରେ ଲୋକମାନେ ଶୁଣିବା ଅବସ୍ଥାରେ ନଥିଲେ। ଚାରିଦିଗରୁ ଢେଲାପଥର ମାଡ଼ ଜାରି ରହିଥିଲା। ଏଭଳି ଆକ୍ରମଣରେ ଥାନାର ଅତିରିକ୍ତ ଇନ୍ସ୍ପେକ୍ଟର ମାଧବାନନ୍ଦ ବସ୍ତିଆ, ମହିଳା ଏଏସ୍ଆଇ ସଂଘମିତ୍ରା କର ଓ ଭ୍ୟାନ୍ ଚାଳକ କାର୍ତ୍ତିକ ବେହୋରା ଗୁରୁତର ଆହତ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ୩ଟି ଭ୍ୟାନ୍ ଓ ଫୋର୍ସ ସେଠାରେ ପହଞ୍ଚି ସ୍ଥିତିକୁ ଆୟତ କରିଥିଲା। ଆହତ ଅଧିକାରୀ ଓ କର୍ମଚାରୀଙ୍କୁ ହସ୍ପିଟାଲ୍ ପଠାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଆଜି ୬ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବନଦୁର୍ଗା ବସ୍ତିର ସୂର୍ଯ୍ୟ ମହାରଣା, ପତ୍ନୀ ଆରତୀ ମହାରଣା, ପୁଅ ମନୋଜ ମହାରଣା, ଅକ୍ଷୟ ମହାରଣା, ରଶ୍ମୀତା ନାୟକ ଓ ଶାସ୍ତ୍ରୀନଗରର ରାକେଶ ନାୟକ। ସେମାନଙ୍କ ନିକଟରୁ ଲୁହା ଛଡ଼, ଠେଙ୍ଗା ଆଦି ମାରଣାସ୍ତ୍ର ଜବତ କରିଛି।
ଅଶୋକଙ୍କ ଅଭିଯୋଗ ହେଉଛି, ଦୁଇଭାଇ ଏକାଠି ରହୁଥିଲେ। ଘର ତିଆରିରେ ଅଶୋକ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ। କିନ୍ତୁ ପରେ ବଡ଼ ଭାଇ ଘରକୁ ମାଡ଼ିବସି ଅଶୋକଙ୍କୁ ବାହାର କରି ଅଶୋକ ଭଡ଼ାଘରେ ରହୁଥିଲେ। କିନ୍ତୁ ଭାଗ ପାଇଁ ବସ୍ତି ମୁରବିଙ୍କଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଧାଉଁଥିଲେ। ସୂର୍ଯ୍ୟ କାହା କଥାକୁ ଶୁଣି ନଥିଲେ। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଭରତପୁର ଥାନାରେ ଆପୋସ ବୁଝାମଣା ପରେ ସୂର୍ଯ୍ୟ ଅଧା ଛାଡ଼ିବାକୁ ରାଜି ହୋଇଥିଲେ। ହେଲେ ଥାନାରୁ ଆସିବା ପରେ ସୂର୍ଯ୍ୟଙ୍କ ନିଷ୍ପତ୍ତି ବଦଳି ଯାଇଥିଲା।
୨ ବର୍ଷରେ ୧୫ ଥର ଆକ୍ରମଣ, ଗତ ଦୁଇ ବର୍ଷରେ ପୁଲିସକୁ ଆକ୍ରମଣର କିଛି ପ୍ରମୁଖ ଘଟଣା
/sambad/media/media_files/2025/04/01/XBjITpR2F2L88WwL1Vns.jpg)
ଭୁବନେଶ୍ବର: କମିସନରେଟ୍ ପୁଲିସ ବେଶି ଶକ୍ତ ଓ ଦକ୍ଷ ବୋଲି ସାଧାରଣରେ ଏକ ବିଶ୍ବାସ ରହିଛି। କିନ୍ତୁ ଜନସାଧାରଣଙ୍କୁ ସୁରକ୍ଷା ଦେଉଥିବା କମିସନରେଟ୍ ପୁଲିସ ବି ନିଜେ ସୁରକ୍ଷିତ ନୁହେଁ। ବିଭିନ୍ନ ଘଟଣାରେ ପୁଲିସ୍ର ପଦକ୍ଷେପ ସମୟରେ ସେମାନେ ଆକ୍ରମଣର ଶିକାର ହେଉଛନ୍ତି। ଆଇଆଇସିସ୍ତରରୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ କେହି ବି ଅପରାଧୀଙ୍କ ଆକ୍ରୋଶରୁ ବର୍ତ୍ତିପାରୁ ନାହାନ୍ତି। ଉପକଣ୍ଠରୁ ଆରମ୍ଭ କରି ରାଜଧାନୀ ଭିତରେ ଅପରାଧୀମାନଙ୍କ ଏଭଳି ଦୁଃସାହସିକ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ତେବେ ଅପରାଧୀଙ୍କ ଆକ୍ରୋଶରେ ସବୁଠୁ ଅଧିକ ଶିକାର ହୋଇଛନ୍ତି ମହିଳା ପୁଲିସ। ତେଣୁ ନିଜକୁ ରକ୍ଷା କରି ପାରୁ ନଥିବା କମିସନରେଟ୍ ପୁଲିସ ସାଧାରଣ ଲୋକଙ୍କୁ କି ସୁରକ୍ଷା ଯୋଗାଇବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨ବର୍ଷ ମଧ୍ୟରେ କମିସନରେଟ୍ ପୁଲିସ୍ ୧୫ରୁ ଅଧିକ ଥର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/01/D51TueLfc5JQ35dxvug5.jpg)