ବାଲିଅନ୍ତା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନକ୍ଷେତ୍ର ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ପୀଠର ସାମଗ୍ରିକ ବିକାଶ କାର୍ଯ୍ୟ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ହେଲେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଏବଂ ଦାୟିତ୍ୱହୀନତା ଯୋଗୁ ମଂଜୁର ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। ୨୦୧୭/୧୮ ଆର୍ଥିକ ବର୍ଷରେ ପୀଠ ପରିସରରେ ୧୨ଶହ ମିଟର ପାଚେରି ଏବଂ ପାର୍କିଂସ୍ଥଳ ନିର୍ମାଣ ପାଇଁ ଟେଣ୍ଡର ସରିଛି। କିନ୍ତୁ ଯୋଜନା ଟଙ୍କା ଏଯାଏ କାମରେ ଲାଗିନି। ଫଳରେ ଚଉଷଠି ଯୋଗିନୀ ପୀଠର ପ୍ରସ୍ତାବିତ ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧାରେ ଲଟକିଛି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବଡ଼କଥା ହେଉଛି, ବିଗତ ଆର୍ଥିକ ବର୍ଷରେ ମଂଜୁର ଟଙ୍କା ଏଯାଏ ଖର୍ଚ୍ଚ ହୋଇ ପାରିନଥିବାରୁ ଚଳିତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀମାନଙ୍କର ବିକାଶ ପାଇଁ ଆଉ କୌଣସି ଅନୁଦାନ ବ୍ୟବସ୍ଥା ହୋଇନାହିଁ।
ସୂଚନାଯୋଗ୍ୟ, ଗତ ୨୦୦୪/୦୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପର୍ଯ୍ୟଟନ ଯୋଜନାରେ ଅନୁମୋଦିତ ହୋଇଥିବା ୨ କୋଟି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ମଂଜୁର ହୋଇଥିବା ୫୦ ଲକ୍ଷ ଟଙ୍କା ବିଭାଗୀୟ ଅପାରଗତା ପାଇଁ ପରବର୍ତ୍ତୀ ସମୟରେ ଫେରି ଯାଇଥିଲା। ପର୍ଯ୍ୟଟନ ବିଭାଗର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡାଙ୍କ କହିବାନୁସାରେ ମନ୍ଦିର ପରିସରଠାରୁ ଗେଷ୍ଟହାଉସ୍ ପଛପାର୍ଶ୍ୱ ଦେଇ ସଂରକ୍ଷିତ ଜାଗାରେ ପ୍ରାଚୀର ଓ ପାର୍କିଂ ସ୍ଥଳ ନିର୍ମାଣ ହେବ। ସେହିପରି ପୀଠର ପ୍ରବେଶ ପଥରେ ୧୮ ଫୁଟ୍ ଉଚ୍ଚତାରେ ଆଉ ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ ଗେଟ୍ ବି ନିର୍ମାଣ ହେବା ପାଇଁ ଟେଣ୍ଡର ସରିଛି। ବ୍ୟୟ ଅଟକଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ବି ରହିଛି। ଏହାର ନିର୍ମାଣ କାମ ଯଥା ଶୀଘ୍ର ଆରମ୍ଭ ହେବ। ସେହିଭଳି ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ମଧ୍ୟ ଅନୁରୂପ ମତ ଦେଇଛନ୍ତି। ତେବେ ଯୋଜନା କାର୍ଯ୍ୟକାରୀ ନେଇ ଲୋକଙ୍କ ମନରେ ପୂର୍ବରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ନିକଟ ଅତୀତରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପରିଦର୍ଶନ ପରେ ସ୍ଥାନୀୟ ଲୋକଙ୍କ ମନରେ ଆଶା ସୃଷ୍ଟି ହୋଇଛି।
ଟେଣ୍ଡର୍ରେ ଅଟକିଛି ଚଉଷଠି ଯୋଗିନୀ ପୀଠର ବିକାଶ
ଟେଣ୍ଡର୍ରେ ଅଟକିଛି ଚଉଷଠି ଯୋଗିନୀ ପୀଠର ବିକାଶ
/sambad/media/post_attachments/wp-content/uploads/2018/06/hirapur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)