ବେଆଇନ ନିର୍ମାଣରେ ରୋକ୍‌

ଚନ୍ଦ୍ରଶେଖରପୁର: ସରକାରୀ ଓ ସର୍ବସାଧାରଣ ଜମିକୁ ଅକ୍ତିଆର କରି ବେଆଇନ୍‌ ଭାବେ ନିର୍ମାଣ ହେଉଥିବା ଦୁଇଟି ବିଲଡିଂ ଉପରେ ଆଜି ରୋକ୍‌ ଲଗାଇଛି ବିଏମ୍‌ସି। ସ୍ଥାନୀୟ ଚନ୍ଦ୍ରଶେଖରପୁର(ଶୈଳଶ୍ରୀ ବିହାର ଅଞ୍ଚଳ)ରେ ଥିବା ଦୁଇଟି ଏଲ୍‌.ସି. କ୍ବାଟର‌୍‌(୧୨୦/୦୧ ଓ ୧୨୦/୧୩)କୁ ଆଜି ପ୍ରାୟ ଦିନ ୨ଟା ବେଳେ ସିଲ୍‌ କରାଯାଇଛି। ଓଡିଶା ଉନ୍ନୟନ କତୃର୍ପକ୍ଷ(ଓଡିଏ)ଆଇନ୍‌ ୧୯୮୨ର ଭାଗ ୯୨ର ଉପଭାଗ ୧ ଆଧାରରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କୁ ଗତ ୧୯ ତାରିଖରେ ଚିଠି ଲେଖି ଉକ୍ତ ସ୍ଥାନକୁ ସିଲ୍‌ କରିବାକୁ ଜଣାଇଥିଲେ। ବିଏମ୍‌ସିକୁ ମଧ୍ୟ ଏ ସ˚କ୍ରାନ୍ତୀୟ ସହଯୋଗ କରିବାକୁ ନିର୍ଦ୍ଦେଶ ଥିଲା। ଏହାକୁ ଭିତ୍ତିକରି ବିଏମ୍‌ସି ଉତ୍ତର ମଣ୍ତଳ କାର୍ଯ୍ୟାଳୟରୁ ଏକ ଚିଠି ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କୁ ଗତ ୨୨ ତାରିଖରେ ଦିଆଯାଇଥିଲା। ନିୟମାନୁଯାୟୀ ଚିଠି ପାଇବାର ୩ ଦିନ ମଧ୍ୟରେ ସମ୍ପୃକ୍ତ ଥାନା ଅଧିକାରୀ ପଦକ୍ଷେପ ନେଇଛନ୍ତି ବୋଲି ବିଏମ୍‌ସି ଉତ୍ତର ମଣ୍ତଳ ଉପ ଆୟୁକ୍ତ ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି।

ସୂଚନାଯୋଗ୍ୟ, ୨ ମାସ ପୂର୍ବରୁ କ୍ଷେତ୍ର ପରିଦର୍ଶନ ବେଳେ ବିଏମ୍‌ସି କର୍ତୃପକ୍ଷଙ୍କୁ ଏହି ବେଆଇନ୍‌ ନିର୍ମାଣର ସୂଚନା ମିଳିଥିଲା। ଏହାପରେ ସ˚ପୃକ୍ତ ଘର ମାଲିକଙ୍କୁ ବେଆଇନ ନିର୍ମାଣ ବନ୍ଦ କରିବାକୁ କୁହାଯାଇଥିଲା। ତେବେ ନିର୍ଦେଶକୁ ଭୃକ୍ଷେପ ନକରି ଘର ମାଲିକ ବେଆଇନ୍‌ ନିର୍ମାଣ କରି ଚାଲିଥିଲେ।

ସମ୍ବନ୍ଧିତ ଖବର