ଗଳ୍ପ ସଂକଳନ ‘ଶାମୁକାଏ ସ୍ବପ୍ନ’ର ଲୋକାର୍ପଣ

ଭୁବନେଶ୍ବର: ସ୍ଥାନୀୟ ବୁଦ୍ଧ ବନ୍ଦିର ସଭାଗୃହରେ ଗାଳ୍ପିକା ଶୋଭନା ମହାପାତ୍ରଙ୍କ ଗଳ୍ପ ସଂକଳନ ‘ଶାମୁକାଏ ସ୍ବପ୍ନ’ ଲୋକାର୍ପିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରାକ୍ତନ ସଚିବ ପ୍ରଫେସର ରାଜକିଶୋର ମିଶ୍ର, ମୁଖ୍ୟ ଅତିଥି ଭାବେ ପ୍ରଫେସର ନିତ୍ୟାନନ୍ଦ ସାହୁ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ବସନ୍ତ ଦାସ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀଚରଣ ମହାନ୍ତି ପୁସ୍ତକର ସମୀକ୍ଷା କରିଥିଲେ। କବି ଦେବୀପ୍ରସାଦ ମହାପାତ୍ର ଏହାକୁ ସଂକଳନ କରିଥିଲେ। ଗାଳ୍ପିକା ଶୋଭନା ମହାପାତ୍ର ସମାଜର ଅବହେଳିତ ମାମୁଲି ଚରିତ୍ରଗୁଡ଼ିକୁ ଅନୁଧ୍ୟାନ କରି ଏହି ସଂକଳନରେ ଉପସ୍ଥାପନା କରିଛନ୍ତି। ଉପେନ୍ଦ୍ରନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଦେବୀ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର