ଭୁବନେଶ୍ୱରରେ ଆବସୋଲ୍ୟୁଟ ବାର୍ବେକ୍ୟୁସ ପକ୍ଷରୁ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ

ଭୁବନେଶ୍ୱର: ଭୁବନେଶ୍ୱରରେ ଅଗ୍ରଣୀ ବାର୍ବେକୁ୍ୟ ରେଷ୍ଟୁରାଂଟ୍ ଚେନ୍, ଆବସୋଲ୍ୟୁଟ ବାର୍ବେକ୍ୟୁସ (ଏବିଏସ୍) ଏହାର ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲର ଶୁଭାରମ୍ଭ କରିଛି । ଏହି ଫେଷ୍ଟିଭାଲ ରେ ଏପ୍ରିଲ ୨୦ରୁ ମେ୧ ତାରିଖ ୨୦୨୨ ପର୍ଯ୍ୟନ୍ତ ସୁସ୍ୱାଦୁ ଭାରତୀୟ ଷ୍ଟ୍ରିଟ୍ ଫୁଡ୍ର ଏକ ବିସ୍ତାରିତ ପ୍ରଦର୍ଶନ ଅନ୍ତର୍ଭୁକ୍ତ ରହିଛି । ଉତ୍ସାହକୁ ବଢାଇବା ପାଇଁ, ଓଲିଉଡ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଓ ମଡେଲ ଶୀତଲ୍ ପାତ୍ର ଅତିଥି ଭାବେ ଏହି ଫୁଡ୍ ଫେଷ୍ଟିଭାଲ ପରିଦର୍ଶନ କରିଛନ୍ତି ଓ ଫେଷ୍ଟିଭାଲର ସ୍ୱତନ୍ତ୍ର ସ୍ୱାଦିଷ୍ଟ ଖାଦ୍ୟଗୁଡିକର ମଜା ଉଠାଇଛନ୍ତି ।

ଆବସୋଲ୍ୟୁଟ ବାର୍ବେକ୍ୟୁସ ସିଓଓ ଆଶିଷ ରାୟ କହିଛନ୍ତି, “ଏବିଏସ୍ ସବୁବେଳେ ଭାରତର ପସନ୍ଦର ୱିଶ୍ ଗ୍ରିଲ୍ ବୁଫେ ରେଷ୍ଟୁରାଂଟ୍ ରହିଆସିଛି । ବିଗତ ବର୍ଷଗୁଡିକରେ ଏହି ବ୍ରାଣ୍ଡ ସଫଳତାର ସହିତ ଅନେକ ଫୁଡ୍ ଫେଷ୍ଟିଭାଲର ଆୟୋଜନ କରିଛି ଯେଉଁଠାରେ ଆମେ ପ୍ରଦାନ କରୁଥିବା ସ୍ୱତନ୍ତ୍ର ବୁଫେ ଡାଇନିଙ୍ଗ୍ ଅଭିଜ୍ଞତାକୁ ଉପଭୋଗ କରିବା ପାଇଁ ଫୁଡିମାନେ ସ୍ୱତନ୍ତ୍ର ମାର୍ଗ ପ୍ରସ୍ତୁତ କରିଥିଲେ । ସମାନ ରୂପେ, ଆମେ ନିଶ୍ଚିତ ଯେ, ଏହି ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ଫୁଡିମାନଙ୍କୁ ନିଜ ସହରକୁ ନଛାଡି ଭାରତର କିଛି ସର୍ବୋତ୍ତମ ଷ୍ଟ୍ରିଟ୍ ଫୁଡ ଉପଭୋଗ କରିବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିବ ।”

ସମ୍ବନ୍ଧିତ ଖବର