ଓପେପା କାର୍ଯ୍ୟାଳୟ ଘେରାଉ 

ଭୁବନେଶ୍ୱର: ଶିକ୍ଷା ସହାୟକ ନିଯୁକ୍ତି ପ୍ରକ୍ରିୟାର ମେରିଟ୍‌ ଲିଷ୍ଟ ରଦ୍ଦ କରିବା ଦାବିରେ ଓଭର ଏଜ୍‌ଡ୍‌ ଅନ୍‌ଏମ୍ପଲଏଡ୍‌ ବି.ଏଡ୍‌/ସିଟି ଆସୋସିଏସନ ପକ୍ଷରୁ ଓପେପା କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଅନେକ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ତାଲିକାରୁ ଦିଆଯାଇଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫୦୦ ଯୋଗ୍ୟତାଧାରୀ ଆଶାୟୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ହାଇକୋର୍ଟରେ ମାମଲା ଥିବା ବେଳେ ମେରିଟ୍‌ ତାଲିକା ପ୍ରକାଶ କରାଯିବା ନିୟମର ଉଲ୍ଲଂଘନ ହୋଇଛି। ତେଣୁ ମେରିଟ୍‌ ତାଲିକାକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏନେଇ ସଂଘ ପକ୍ଷରୁ ଓପେପା ପ୍ରକଳ୍ପ ନିର୍ଦେଶକଙ୍କୁ ଦାବିପତ୍ର ଦିଆଯାଇଥିଲା।

ସମ୍ବନ୍ଧିତ ଖବର