ସମସ୍ୟା ସମାଧାନ ନହେଲେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଂଗ୍ରାମ

ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ଚେତାବନୀ

ଭୁବନେଶ୍ୱର: ସହରାଞ୍ଚଳ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଓ୍ଵାର୍କଚାର୍ଜ କର୍ମଚାରୀଙ୍କୁ ରେଗୁଲାର କରି ସ୍ଥିରୀକୃତ ପେନ୍‌ସନ୍‌ ପ୍ରଦାନ, ଏଜେନ୍ସି ଓ ଏସ୍‌ଇଏମ୍‌ଙ୍କ ମଜୁରୀ ବୃଦ୍ଧି, ଦରମାରେ ଥିବା ଅସଙ୍ଗତି ଦୂର କରିବା ଓ ଓ୍ଵାଟ୍‌କୋ ବ୍ୟବସ୍ଥା ବନ୍ଦ କରିଯିବା ଆଦି ଦାବି ପୂରଣ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ପକ୍ଷରୁ ଲୋୟର୍‌ ପିଏମ୍‌ଜିରେ ରାଜ୍ୟସ୍ତରୀୟ ଧାରଣା ଓ ମହାସଂଗ୍ରାମ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ସଂଘ ତରଫରୁ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେବଳ ସମୟ ଗଡ଼ାଯାଇଛି। ଏନେଇ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ଆସନ୍ତାକାଲି ସୁଦ୍ଧା ଦାବି ପୂରଣ ନ ହେଲେ ମହାସଂଗ୍ରାମ ଅନିର୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ସଂଘର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସର୍ବଶ୍ରୀ ଅଶୀଳ ବ୍ରହ୍ମ, କୈଳାସ ଦାଶ, ଅରକ୍ଷୀତ ନାୟକ, ସଦାଶିବ ବିଶୋଇ, ପ୍ରଫୁଲ୍ଲ ସାମଲ, ଲକ୍ଷ୍ମୀଧର ଜେନା, ଗୋପୀନାଥ ବାରିକ, ସୁରେନ୍ଦ୍ର ନାୟକ, ସୀମାଞ୍ଚଳ ପଣ୍ଡା, ରଞ୍ଜନ ଯୋଶୀ, ଭୀମ ହୋତା, ହରି ସାହୁ, ହାଡ଼ିବନ୍ଧୁ ନାୟକ, ପ୍ରକାଶ ମହାନ୍ତି, ସୁଦର୍ଶନ ପ୍ରଧାନ, ପଦ୍ମଲୋଚନ ସାହୁ, ଇନ୍ଦ୍ରମଣି ନାଏକ, ହରିମୋହନ ଶତପଥୀ, ତଅଁଳୁ ଗଡ଼ନାୟକ, ଦିଲ୍ଲୀପ ପଟ୍ଟନାୟକ ଓ ଦୀନବନ୍ଧୁ ସେଠୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର