କରୋନା କଟକଣା ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ସିପି

ବରିଷ୍ଠ ଅଧିକାରୀ, ଫୋର୍ସ ସହ ବୁଲି ତଦାରଖ କଲେ

ଭୁବନେଶ୍ବର : ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। କଟକଣା ନ ମାନିଲେ ନିସ୍ତାର ନାହିଁ। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଟୁଇନ୍ ସିଟି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗତକାଲି ଠାରୁ ବିଏମସି ଓ ପୁଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ନାଇଟ୍ କର୍ଫ୍ୟୁ କଟକଣା ସଂକ୍ରାନ୍ତରେ ମାଇକ୍ ଯୋଗେ ପ୍ରଚାର କରାଯାଇ ଅବଗତ କରାଯାଇଛି। ଭୁବନେଶ୍ବର ଓ କଟକରେ କୋଭିଡ୍ କଟକଣା କାର୍ଯ୍ୟକାରୀ କରିବା ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଆଜିଠୁ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଇଥିବା ବେଳେ ଶ୍ରୀ ପ୍ରିୟଦର୍ଶୀ ଅନ୍ୟ ଅଧିକାରୀ ଓ ଫୋର୍ସ ସହ ବାପୁଜୀନଗର, ମାର୍କେଟ ବିଲ୍ଡିଂ, ଅଶୋକ ନଗର, ମାଷ୍ଟରକ୍ୟାଣ୍ଟିନ, ଜନପଥରେ ଥିବା ବିଭିନ୍ନ ମାର୍କେଟ, ମଲ୍, ହୋଟେଲ ବୁଲି ତଦାରଖ କରିଛନ୍ତି। ଏକ ହୋଟେଲର ରେଷ୍ଟୁରାଣ୍ଟରେ ଲୋକ ଖାଉଥିବା ସାମ୍ନାକୁ ଆସିଥିଲା। ରାତି ୯ଟା ପୂର୍ବରୁ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର