ଭୁବନେଶ୍ବର: ରାଜଧାନୀର ସମସ୍ତ ଥାନା ଅଧିକାରୀଙ୍କ ଆଜି କମିଶନରେଟ୍‌ ପୁଲିସ ଡିସିପିଙ୍କର ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା।

Advertisment

ବୈଠକ ପରେ ଡିସିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନୂଆବର୍ଷ ପୂର୍ବରୁ କମିଶନରେଟ୍‌ ପୁଲିସ ସ୍ୱତନ୍ତ୍ର ଅଭିଯାନ କରିବ। ବାହାର ରାଜ୍ୟର ଚୋରଙ୍କୁ ଧରିବାକୁ ହୋଟେଲ୍‌ରେ କଡ଼ା ଚେକିଂ ହେବ।  ସେହିପରି ନୂଆ ଜ୍ଞାନକୌଶଳ ଫିଙ୍ଗର ପ୍ରିଣ୍ଟ ସ୍କାନର ବାବଦରେ ଥାନା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।