ବାଲିପାଟଣା : ନବମ ଶ୍ରେଣୀ ଛାତ୍ରୀ ଅପହରଣ ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ବାଲିପାଟଣା ଥାନା ପୁଲିସ। ଏହାର ପ୍ରତିବାଦରେ ଆଜି ଉକ୍ତ ଗ୍ରାମର ମହିଳା ମଣ୍ଡଳ କର୍ମକର୍ତ୍ତା, ସ୍ଥାନୀୟ ବାସିନ୍ଦା ଏବଂ ବିଶ୍ବ ହିନ୍ଦୁ ପରିଷଦର କର୍ମୀମାନେ ଥାନାରେ ପହଞ୍ଚି ଏନେଇ ଆଲୋଚନା କରିଥିଲେ। ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର ପାଇଁ ସେମାନେ ଦାବି କରିଥିଲେ। ଏଣେ ନାତୁଣୀକୁ ନପାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ତାଙ୍କ ଜେଜେ ମା’। ନାତୁଣୀକୁ ଫେରିନପାଇଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଥାନା ଅଧିକାରୀ ଯଥାଶୀଘ୍ର ନାବାଳିକାକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ଛାତ୍ରୀ ଅପହରଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବି
/sambad/media/post_attachments/wp-content/uploads/2022/06/balipatna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)