ଛାତ୍ର ଓ ରାଜ୍ୟ କଂଗ୍ରେସର ବିଶ୍ୱାସଘାତ ଦିବସ

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଚାରି ବର୍ଷ ପୂର୍ତ୍ତି ପାଳନ କରୁଥିଲା ବେଳେ କଂଗ୍ରେସ ଏହାକୁ ‘ବିଶ୍ୱାସଘାତ ଦିବସ’ ଭାବେ ପାଳନ କରିଛି। ଆଜି ରାଜ୍ୟରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା। ସେହିପରି କଂଗ୍ରେସ ଭବନ ସମ୍ମୁଖରେ ଛାତ୍ର କଂଗ୍ରେସ ତରଫରୁ ବିଶ୍ୱାସଘାତ ଦିବସ ପାଳନ କରାଯାଇଥିଲା। ଛାତ୍ର କଂଗ୍ରେସର ଶତାଧିକ ଛାତ୍ର ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ରାବଣ ବେଶରେ ସଜାଇ ତାଙ୍କ କୁଶ ପୁତ୍ତଳିିକା ଦାହ କରାଯାଇଥିଲା। ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ବୃଦ୍ଧିକୁ ଛାତ୍ର କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା। ଏହି ଅବସରରେ ଏକ ପଥପ୍ରାନ୍ତ ନାଟକର କରାଯାଇଥିଲା। ଯେଉଁଥିରେ ନରେନ୍ଦ୍ର ମୋଦିଙ୍କ ବେଶରେ ଅମରେନ୍ଦ୍ର ଶ୍ରୀଚନ୍ଦନ ଏବଂ ଅମିତ ଶହାଙ୍କ ବେଶରେ ଜୟନ୍ତ ଜେନା ଅଭିନୟ କରିଥିଲେ। ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ଶୁଭେନ୍ଦୁ ମହାନ୍ତି, ସସ୍ମିତା ବେହେରା, ଶିବାନନ୍ଦ ରାୟ ଏବଂ ଛାତ୍ର କଂଗ୍ରେସର ସୌମ୍ୟ ମିଶ୍ର, ବିଶ୍ୱଭୂଷଣ ଦାସ, ମନୋଜ ବିଶ୍ୱାଳ, ପଦ୍ମାକର ଗୁରୁ, ଇତିଶ ପ୍ରଧାନ, ଅଭିଷେକ ମହାନନ୍ଦ, ସୁମିତ୍ରାଜେନା, ବିଜୟାନନ୍ଦ ଚାଉଳିଆ, ନିରଞ୍ଜନ ନାୟକ, ଆଦିତ୍ୟ ଦାସ, ରମାକାନ୍ତ ସାହୁ, ରତିକାନ୍ତ ବେହୁରା, ଅନିଲ କୁମାର ମହାନ୍ତିଙ୍କ ସମେତ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର