ଚନ୍ଦ୍ରଶେଖରପୁର : ଓଲିଉଡ୍ ଦମ୍ପତି ବର୍ଷା-ଅନୁଭବଙ୍କ ସଂପର୍କରେ ଫାଟ ପଡ଼ିବା ଘଟଣାରେ ବ୍ୟଥିତ ହୋଇ ଯୁକ୍ତ୨ (କଳା) ପାସ୍ କରିଥିବା ଜଣେ ଛାତ୍ରୀ ଆଜି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରୀଜଣଙ୍କ ମଞ୍ଚେଶ୍ବର ଅଞ୍ଚଳରେ ରୁହନ୍ତି। ବଡ଼ଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ପରିବାରଲୋକଙ୍କ ସୂଚନା ଅନୁଯାୟୀ, ତାଙ୍କ ଝିଅ ବର୍ଷା ପ୍ରିୟଦର୍ଶିନୀଙ୍କ ବଡ଼ ପ୍ରଶଂସକ। ସେ ବାରମ୍ବାର ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖିବା ସହ ସାମାଜିକ ଗଣମାଧ୍ୟମରେ ସମସ୍ତ ଗତିବିଧିକୁ ଅନୁସରଣ କରିଥା’ନ୍ତି। ଗତକାଲି ବର୍ଷା ଓ ଅନୁଭବଙ୍କ ବିବାଦ ପଦାକୁ ଆସିବା ପରେ ସେ ମାନସିକ ଆଘାତ ପାଇଥିଲେ। ଅନୁଭବ ତାଙ୍କୁ ନିର୍ଯାତନା ଦେଉଥିବା ଖବର ତାଙ୍କୁ ବେଶି ମର୍ମାହତ କରିଥିଲା। ତେଣୁ ନିଜକୁ ଏକ ଘରେ ବନ୍ଦ କରି ସେ ଦିନତମାମ କାନ୍ଦିଥିଲେ। ଏପରିକି ଖାଦ୍ୟ ମଧ୍ୟ ଖାଇ ନଥିଲେ। ତେବେ ଆଜି ମଧ୍ୟାହ୍ନରେ ସେ ନିକଟ କୁଆଖାଇ କ୍ଲବ୍ ପଡ଼ିଆ ପଠାକୁ ଦୌଡ଼ିଥିଲେ। ସେ ଜୀବନ ହାରିଦେବେ ବୋଲି କହିବାରୁ ପରିବାରଲୋକ ତାଙ୍କ ପଛେ ପଛେ ଦୌଡ଼ିଥିଲେ। ପରିବାରଲୋକ ପହଞ୍ଚିବା ପୂର୍ବରୁ ସେ ନଦୀ ଭିତରକୁ ଡ଼େଇଁ ପଡ଼ିଥିଲେ। ବଡ଼ଭାଇ ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ।
ବର୍ଷାଙ୍କୁ ନିର୍ଯାତନା ଖବରରେ ମର୍ମାହତ, ନଦୀକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
/sambad/media/post_attachments/wp-content/uploads/2019/08/drown.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)