ଭୁବନେଶ୍ବର : ‘କାଳିଆ ଛାତ୍ରବୃତ୍ତି’ ଯୋଜନାର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ଛାତ୍ର ବିଜେଡିର ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ଓ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ କାଳିଆ ଯୋଜନା ସାରା ଦେଶରେ ଏକ ଆଦର୍ଶ ଯୋଜନାରେ ପରିଣତ ହୋଇଛି। କୃଷି ଓ କୃଷକଙ୍କ ପ୍ରଗତି ଓ ଉନ୍ନତି ପଥରେ ଏହା ନୂତନ ଦିଶା ଦେଖାଇବ। ଚାଷୀଙ୍କ ପିଲାଙ୍କ ଭବିଷ୍ୟତ ସୁଦୃଢ଼ ହୋଇପାରିଲେ ଚାଷୀକୁଳର ଉନ୍ନତି ହୋଇପାରିବ। ମୁଖ୍ୟମନ୍ତ୍ରୀ କେବଳ ଚାଷୀ ନୁହେଁ, ଚାଷୀ ପିଲାଙ୍କ ଉଚ୍ଚଶିକ୍ଷାର ଦାୟିତ୍ବ ଭାର ଗ୍ରହଣ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୂରଦୃଷ୍ଟି ସମ୍ପନ୍ନ କାଳିଆ ଛାତ୍ରବୃତ୍ତି ଯୋଜନା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁଦୃଢ଼ୀକରଣ କ୍ଷେତ୍ରରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସେ କହିଛନ୍ତି। ଏଥିରେ ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ମହାସଚିବ ହରିଶଙ୍କର ରାଉତ, ଉପ ସଭାପତି ସ୍ଥିତପ୍ରଜ୍ଞ ଦାସ, କନିଷ୍କ ଜେନା, ସାଧାରଣ ସମ୍ପାଦକ ସୁଜିତ ପାଲ୍ଟାସିଂହ, ମନୋଜ ସେନାପତି, ବିଶ୍ବପ୍ରତାପ ସାହୁ, ଅପୂର୍ବା ଅପରୂପା, ସ୍ମୃତିରଞ୍ଜନ ସାମଲ, ଭୁବନେଶ୍ବର ଜିଲ୍ଲା ସଭାପତି କଳ୍ପତରୁ ଓଝା, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ, ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର ବିଜେଡିର ଶୁଭେଚ୍ଛା
/sambad/media/post_attachments/wp-content/uploads/2019/02/kesab-chatra-bjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)