ଭୁବନେଶ୍ୱର: ରାଜଧାନିରେଥିବା ସମସ୍ତ ଡିଗ୍ରି କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ୨୦୨୫-୨୬ ଶିକ୍ଷା ବର୍ଷରେ ଏଥର କଲେଜ କମିବା ସହ ସିଟ୍ ସଂଖ୍ୟା କମିଛି। ୨୦୨୫-୨୬ ଶିକ୍ଷାବର୍ଷରେ ସହରର ୨୭ଟି କଲେଜର ୯ହଜାର ୮୧୮ ସିଟ୍ରେ ନାମଲେଖା ହେବ। କଳା ବିଭାଗରେ ୩ ହଜାର ୯୧୪ ସିଟ୍ ପାଇଁ ନାମ ଲେଖାହେବାକୁ ଥିବା ବେଳେ, ଫିଜିକାଲ ସାଇନ୍ସରେ ୨,୧୦୭, ବାୟୋଲୋଜିକାଲ ସାଇନ୍ସରେ ୧,୨୫୮, ବାଣିଜ୍ୟରେ ୨,୧୫୬, ସେଲ୍ଫ ଫାଇନାନ୍ସି˚ରେ ୩୨୦ ଓ ସଂସ୍କୃତରେ ୬୩ ସିଟ୍ ପାଇଁ ନାମଲେଖା ହେବ। ଅଧିକାଂଶ ବିଷୟରେ ରେଭେନ୍ସାର କଟ୍ ଅଫ୍ ମାର୍କ ଶୀର୍ଷରେ ରହିଛି। ଭୁବନେଶ୍ବରରେ ଥିବା ପ୍ରମୁଖ ସରକାରୀ କଲେଜ ବିଜେବି, ରମାଦେବୀ, ରାଜଧାନୀ, ବେସିକ୍ ସାଇନ୍ସ କଲେଜ ପଛରେ ପଡ଼ିଛନ୍ତି।
ଚଳିତ ବର୍ଷ ବିଜେବି କଲେଜ ପଦାର୍ଥ ବିଜ୍ଞାନର କଟ୍ ଅଫ୍ ମାର୍କ ୯୨%, ରସାୟନ ବିଜ୍ଞାନରେ ୯୧.୬୭%, ଗଣିତରେ ୯୨.୬୭%, ପ୍ରାଣୀ ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୩.୫୦% ରହିଥିବା ବେଳେ ଭୂଗୋଳ ବିଷୟର କଟ୍ ଅଫ୍ ମାର୍କ ୮୯.୨୦%, ଇଂରାଜୀରେ ୮୭.୧୭%, ରାଜନୀତି ବିଜ୍ଞାନରେ ୮୮.୬୦%, ଅର୍ଥନୀତିରେ ୮୭.୧୭%, ବାଣିଜ୍ୟରେ ୮୯.୪୦%ରହିଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଷୟର କଟ୍ ଅଫ୍ ମାର୍କ ୯୦.୧୭%, ପ୍ରାଣୀ ବିଜ୍ଞାନରେ ୯୦.୮୦%, ପଦାର୍ଥ ବିଜ୍ଞାନରେ ୮୯.୩୩%, ବାୟୋଟେକ୍ନୋଲୋଜିରେ ୮୯.୪୦%, ଅର୍ଥନୀତିରେ ୮୭.୩୩%, ଇଂରାଜୀରେ ୮୬%, ରାଜନୀତି ବିଜ୍ଞାନରେ ୮୫.୬୭% ରହିଛି। ରାଜଧାନୀ କଲେଜର ସମସ୍ତ ବିଷୟର କଟ୍ ଅଫ୍ ମାର୍କ ୯୦% ତଳେ ରହିଛି। ଏଠାରେ ବିଜ୍ଞାନରେ ୮୮.୮୩%, ରସାୟନ ବିଜ୍ଞାନରେ ୮୮.୮୩%, ଗଣିତରେ ୮୫.୨୦%, ଅର୍ଥନୀତିରେ ୮୧.୧୭%, ରାଜନୀତି ବିଜ୍ଞାନରେ ୮୩.୩୩% ମାର୍କ ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବେସିକ୍ ସାଇନ୍ସ କଲେଜର ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ୯୦.୧୭% ରହିଥିବା ବେଳେ ପ୍ରାଣୀ ବିଜ୍ଞାନରେ ୯୦.୨୦% ହୋଇଛି।
ଚଳିତ ଶିକ୍ଷାବର୍ଷରେ ବିଜେବି ସ୍ବୟ˚ଶାସିତ ମହାବିଦ୍ୟାଳୟର କଳାର ୫୭୬, ଫିଜିକାଲ ସାଇନ୍ସର ୧୪୪, ବାୟୋଲୋଜିକାଲ ସାଇନ୍ସର ୬୪, ବାଣିଜ୍ୟର ୨୫୬ ଓ ସେଲ୍ଫ ଫାଇନାନ୍ସି˚ର ୫୬ ସିଟ୍ରେ ନାମଲେଖା କରାଯିବ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଳାର ୬୦୮, ଫିଜିକାଲ ସାଇନ୍ସର ୨୨୪, ବାୟୋଲୋଜିକାଲ ସାଇନ୍ସର ୧୯୨, ବାଣିଜ୍ୟର ୧୯୨, ବେସିକ୍ ସାଇନ୍ସ କଲେଜର ଫିଜିକାଲ ସାଇନ୍ସର ୭୫ ଓ ବାୟୋଲୋଜିକାଲ ସାଇନ୍ସର ୫୦ ସିଟ୍ ଓ ସେଲ୍ଫ ଫାଇନାନ୍ସି˚ର ୧୧୨ ସିଟ୍ରେ ନାମଲେଖା ହେବ। ରାଜଧାନୀ କଲେଜର କଳାର ୪୧୬, ଫିଜିକାଲ ସାଇନ୍ସର ୧୮୪ ଓ ବାୟୋଲୋଜିକାଲ ସାଇନ୍ସର ୯୬, ବାଣିଜ୍ୟର ୨୫୬, ସେଲ୍ଫ ଫାଇନାନ୍ସିର ୩୨ ସିଟ୍, ଦେବରାୟ କଲେଜର କଳାରେ ୨୫୬, ଫିଜିକାଲ ସାଇନ୍ସର ୧୨୮ ଓ ବାୟୋଲୋଜିକାଲ ସାଇନ୍ସର ୬୪ ଓ ବାଣିଜ୍ୟର ୧୨୮, ଏକାମ୍ର କଲେଜର କଳାର ୨୫୬, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସର ୬୪ଟି ଲେଖାଏ ସିଟ୍, ବାଣିଜ୍ୟର ୨୫୬, ମହର୍ଷି କଲେଜର କଳାର ୧୫୨, ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସର ୯୬ଟି ଲେଖାଏ ସିଟ୍ ଓ ବାଣିଜ୍ୟର ୧୨୮ ସିଟ୍ରେ ନାମଲେଖା ହେବ। ରାଜା ମଧୁସୂଦନ ଦେବ ଡିଗ୍ରି କଲେଜର କଳାରେ ୧୯୨, ଫିଜିକାଲ ସାଇନ୍ସର ୯୬, ବାୟୋଲୋଜିକାଲ ସାଇନ୍ସର ୬୪ ଓ ବାଣିଜ୍ୟର ୬୪ ସିଟ୍ରେ ନାମଲେଖା ଅନୁଷ୍ଠିତ ହେବ ବୋଲି ସାମ୍ସ ପକ୍ଷରୁ ସୂଚନା ମିଳିଛି।