ଛାତ୍ର କଂଗ୍ରେସ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ, ଲୋକଙ୍କୁ ବାଣ୍ଟିଲେ ମାସ୍କ୍‌

ଭୁବନେଶ୍ବର: ଆଜି ଛାତ୍ର କଂଗ୍ରେସ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ୍‌ ଦାସଙ୍କ ସଂଯୋଜନାରେ ଶତାଧିକ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଓ ବରିଷ୍ଠ ନେତାମାନେ ସ୍ଥାନୀୟ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ କରୋନା ସମ୍ପର୍କିତ ସଚେତନତା ସ୍ଲୋଗାନ୍‌ ଦେଇଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଅଟୋ ଚାଳକ, ମଟର ସାଇକେଲ୍‌ ଚାଳକ ଓ ସାଧାରଣ ଜନତାଙ୍କଠାରେ ମାସ୍କ୍‌ ଲଗାଇ କରୋନାରୁ ମୁକ୍ତି ପାଇବା ପାଇଁ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା ନିରଞ୍ଜନ ନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ଚିନ୍ମୟ ସୁନ୍ଦର ଦାସ, ନରେଶ ମହାନ୍ତି, ଛାତ୍ରନେତା ସମ୍ଭବ ପଟ୍ଟନାୟକ, ମଣିରତ୍ନ ସ୍ବାଇଁ, ଜିତେନ୍ଦ୍ର ସାମନ୍ତରାୟ, ପ୍ରତ୍ୟୁଷ ଦାସ, ଅମୂଲ୍ୟ କୁମାର ଶତପଥୀ, ଅମିତ୍‌ ରାୟ, ସଞ୍ଜୀବ ଶିବାଶିଷ, ସୋମ୍ୟ ରଞ୍ଜନ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର