ଚନ୍ଦ୍ରଶେଖରପୁର : ଚନ୍ଦକା ପଥରଗାଡ଼ିଆ ଦୁଇଶହ ଫୁଟିଆ ରାସ୍ତାରେ ଗତକାଲି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଶୈଳଶ୍ରୀବିହାର ଅଞ୍ଚଳର ଛାତ୍ର ଦିଗନ୍ତ ଦାସ(୧୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ବାଇକ୍ରେ ବସିଥିବା ଇନ୍ଫୋସିଟି ଅଞ୍ଚଳର ଛାତ୍ରୀ ଆୟେଶା ରାୟ(୧୮) ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଆୟେଶାଙ୍କ ସାଙ୍ଗସାଥୀମାନେ ତାଙ୍କ ଆଶୁ ଆରେଗ୍ୟ କାମନା କରିଛନ୍ତି। ଅପରପକ୍ଷରେ ଦିଗନ୍ତଙ୍କ ମୃତ୍ୟୁ ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତକାଲି ଦିଗନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି।
ବାଇକ୍ରୁ ପଡ଼ି ଛାତ୍ର ମୃତ ଘଟଣା: ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
/sambad/media/post_attachments/wp-content/uploads/2022/01/dead-bbc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)