ଛାତ୍ର ସଂସଦ ନିର୍ବାଚନ ପାଇଁ… କେ‌ବେ ସୁରକ୍ଷିତ ହେବ ବାଣୀବିହାର?

ଭୁବନେଶ୍ୱର: ଲଗାତାର ଦୁଇ ବର୍ଷ ହେଲା ଉତ୍କଳ ବିଶ୍ବବିଦ୍ୟାଳୟରେ ହେଉନି ନିର୍ବାଚନ। ସୁରକ୍ଷାକୁ ଆଳ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ପ୍ରତିିଥର ଯୁକ୍ତି ବାଢ଼ୁଛନ୍ତି କ୍ୟାମ୍ପସରେ ପାଚେରି ମେଲା ପଡ଼ିଛି। ଅଣଛାତ୍ର ପ୍ରବେଶ କରୁଛନ୍ତି। ହଷ୍ଟେଲରେ ଗଣ୍ଡଗୋଳ ହେଉଛି। କ୍ୟାମ୍ପସର ସୁରକ୍ଷା ଢ଼ିଲା ରହିଛି। ତେଣୁ ନିର୍ବାଚନ ବାତିଲ୍‌ କରାଗଲା। ପ୍ରତିବର୍ଷ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଯୁକ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଛାତ୍ର ସଙ୍ଗଠନ ଓ ଶିକ୍ଷାବିତ୍‌। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥ‌ା ରାଜ୍ୟପାଳ କ୍ୟାମ୍ପସ ନିର୍ବାଚନ ସପକ୍ଷରେ ଯୁକ୍ତିି ବାଢ଼ୁଥିବା ବେଳେ ଅନ୍ୟପଟେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ଆଳ ଏବେ ସମସ୍ୟା ସୃଷ୍ଟି କରିଛି। ଏଭଳି ଯଦି ଚାଲେ ଭବିଷ୍ୟତରେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ସମସ୍ୟା ସୃଷ୍ଟି ହେବ। ଯେଉଁ ନାକ୍‌ ‘ଏ+’ ଗ୍ରେଡ୍‌ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମୁଣ୍ଡ ଟେକି ଚାଲୁଛନ୍ତି, ତାହା ହରାଇବାର ଆଶଙ୍କା ରହିଛି। ଏପରିିକି ଆଉ ଦୁଇ ବର୍ଷ ପରେ ଯେତେବେଳେ ନାକ୍‌ ଆସିବ, ସେତେବେଳେ ପାକ୍‌ ‘ଏ’ ‌େଗ୍ରଡ୍‌ ମିଳିବା କଷ୍ଟକର ହୋଇପଡ଼ିବ। କ୍ୟାମ୍ପସରେ ଗଣତନ୍ତ୍ର ନଥିବାରୁ ପଏଣ୍ଟ ହ୍ରାସ ପାଇବ। ସେତେବେଳକୁ ବର୍ତ୍ତମାନର କୁଳପତି କିମ୍ବା ପିଜି କାଉନସିଲ୍‌ ନଥିବେ। ବରଂ ବଦନାମ ମୁଣ୍ଡାଇବ ‌ବିଶ୍ବବିଦ୍ୟାଳୟ।

ଭଙ୍ଗା‌ ପାଚେରି ଯୋଡ଼ା ନହେବା ପାଇଁ ଦାୟୀ କିଏ
କାହା ଚାପରେ ହଷ୍ଟେଲରୁ କଢ଼ା ହେଉନାହାନ୍ତି ଅଣଛାତ୍ର
ନିର୍ବାଚନ ନ ହେଲେ ପ୍ରଭାବିତ ହେବ ନାକ୍‌ ‌େଗ୍ରଡ୍‌

ସବୁଠାରୁ ବଡ଼ କଥା ହେଉଛି ଦିଲ୍ଲୀ ଓ ଜେଏନ୍‌ୟୁ ପରି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଶାନ୍ତିିପୂର୍ଣ୍ଣ ଭ‌େବ ନିର୍ବାଚନ ହେଉଛି। କିନ୍ତୁ କେଉଁ କାରଣ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ କରିପାରୁ ନାହାନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ‌ପ୍ରଥମ ଯୁକ୍ତିିକୁ ‌େଦଖିଲେ କ୍ୟାମ୍ପସ ପାଚେରି ମୁକୁଳା ପଡ଼ିଛି। ତେଣୁ ଅଣଛାତ୍ର ପ୍ର‌ବେଶ କରୁଛନ୍ତି। କ୍ୟାମ୍ପସ ଅଶାନ୍ତ ରହୁଛି। ପାଚେରି ମୁକୁଳା ପଡ଼ିବା ଗୋଟିଏ କି ଦୁଇ ବର୍ଷର ନ‌ୁହେଁ। ୧୦ ବର୍ଷ ଧରି ପାଚେରି ମୁକୁଳା ପଡ଼ିଥିବା ବେଳେ କାହିଁକି ତାହାକୁ ବନ୍ଦ କରା ଯାଇପାରୁ ନାହିଁ। ଏଥିପାଇଁ ଦାୟୀ କିଏ? ଦ୍ବିତୀୟ ଯୁକ୍ତିଟି ହେଲା ହଷ୍ଟେଲରେ ବିଶୃଙ୍ଖଳା। ଦୀର୍ଘ ବର୍ଷ ହେଲା, ହଷ୍ଟେଲରେ ଅଣଛାତ୍ର ରହୁଛନ୍ତି। ସେମାନଙ୍କୁ କଢ଼ା ଯାଇପାରୁନି। ୬ ବର୍ଷ ହେଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚଢ଼ଉ କରୁଥିଲେ ମଧ୍ୟ କେଉଁ କାରଣ ପାଇଁ ବାହାର କରିବାରେ ବିଫଳ ହେଉଛନ୍ତି? ତୃତୀୟ ଯୁକ୍ତି ହେଲା ସୁରକ୍ଷା ଢ଼ିଲା। କ୍ୟାମ୍ପସର ସୁରକ୍ଷା ପାଇଁ ପ୍ରତି ମାସରେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କ୍ୟାମ୍ପସ ସାରା ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ତଥାପି ସୁରକ୍ଷାରେ କେଉଁଠି ତ୍ରୁଟି ରହୁଛି ବୋଲି ଏବେ ପ୍ରଶ୍ନ ଉଠିଛି। ୪ର୍ଥ ଯୁକ୍ତି ହେଲା ଅଣଛାତ୍ରଙ୍କ ପ୍ରବେଶ ରୋକ ଲଗା ଯାଇପାରିନି। ପ୍ରଚୁର ଅର୍ଥ ଖର୍ଚ୍ଚ ହୋଇ କ୍ୟାମ୍ପସ ମୁଖ୍ୟ ଫାଟକ ଓ ହଷ୍ଟେଲରେ ସିସିଟିଭି ଲାଗିଲା। କ୍ୟାମ୍ପସ ସାରା ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ବି ହୋଇଛି। ତଥାପି କେଉଁଭଳି ଭାବେ ଅଣଛାତ୍ର ପ୍ରବେଶ କରୁଛନ୍ତି। କାହା ଚାପରେ କର୍ତ୍ତୃପକ୍ଷ ଚୁପ୍‌ ରହୁଛନ୍ତି? ଶେଷ କାରଣ ଦର୍ଶାଯାଇଛି ଯେ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ‌େହଉଥିବାରୁ ନିର୍ବାଚନ ହେଲେ କ୍ୟାମ୍ପସ ଅଶାନ୍ତ ହେବ। ଗତ ୧୫ ଦିନର କ୍ୟାମ୍ପସ ସ୍ଥିତିକୁ ଦେଖିଲେ ନିର୍ବାଚନ ଉଷ୍ମତା ନଥାଇ ୫ଥର ଗଣ୍ଡଗୋଳ ଓ ୩ ଥର ମୁଖ୍ୟ ଫାଟକରେ ତାଲା ପଡ଼ି ସାରିଲାଣି। ୮ ଜଣ ମଧ୍ୟ ଆହତ ହୋଇଛନ୍ତି। ତେଣୁ ଉତ୍ସବ ବେଳକୁ କ୍ୟାମ୍ପସ ଶାନ୍ତ ଥିବ ବୋଲି କିଏ କହିପାରିବ ବୋଲି ବିଶ୍ବବିଦ୍ୟାଳୟ ପ୍ରଫେସରମାନେ ଯୁକ୍ତି ବାଢ଼ିଛନ୍ତି। ଶିକ୍ଷକମାନେ ଯଦି ଉତ୍ସବ କମିଟିର ବିଭିନ୍ନ ପଦବିରେ ରହିବେ ତେବେ ଛାତ୍ରଛାତ୍ରୀ ସେମାନଙ୍କୁ ସହଯୋଗ କରିବେ ତ? ଛାତ୍ର ପ୍ରତିନିଧି ନ ରହିବା ଦ୍ବାରା ଉତ୍ସବ ସଫଳ ହୋଇପରିବ ତ? ନିର୍ବାଚନ ବାତିଲ୍‌କୁ ବିରୋଧ କରି ଛାତ୍ର ସଙ୍ଗଠନଗୁଡ଼ିକ ଆ‌େନ୍ଦାଳନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର