ମହାନଦୀକୁ ଡେଇଁ ଛାତ୍ରୀ ମୃତ

ବାରଙ୍ଗ: ଆଜି ସନ୍ଧ୍ୟାରେ ମୁଣ୍ତଳୀ ଆନିକଟ ତଳ ମୁଣ୍ତ ମହାନଦୀ ପାଣିକୁ ଡେଇଁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀଜଣଙ୍କ ହେଲେ, ଭୁବନେଶ୍ବର ନୟାପଲ୍ଲୀ ବେହେରା ସାହିର ପୁଷ୍ପା ବେହେରା(୨୫)। ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ତାଙ୍କ ଶବ ଉଦ୍ଧାର କରିଛନ୍ତି। ତାଙ୍କ ବ୍ୟାଗ୍‌ରୁ ୨୦୧୭ ମସିହାର ଏକ ପରିଚୟପତ୍ର ମିଳିଛି। ଏହି ପରିଚୟପତ୍ରଟି ଅଦ୍ବିତୀୟ ଏକାଡେମୀ ଲାଇବ୍ରେରିରୁ ପ୍ରଦାନ କରାଯାଇଛି। ସେଥିରୁ ତାଙ୍କର ପରିଚୟ ସ୍ପଷ୍ଟ ହେବା ପରେ ପରିବାରବର୍ଗକୁ ଖବର ଦିଆଯାଇଥିଲା। ପରିବାରବର୍ଗ ପହଞ୍ଚି ଶବ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସନ୍ଧ୍ୟା ବେଳେ ଯୁବତୀଜଣକ ଆସି ଆନିକଟ ଉପରେ ଗୋଡ଼ରୁ ଚପଲ କାଢ଼ି ନଦୀକୁ ଡେଇଁ ପଡ଼ିଥିଲେ। କିଛି ଯୁବକ ଏହା ଦେଖିବା ପରେ ବାରଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବୁଡ଼ାଳିମାନେ ଆସି ରାତି ସାଢ଼େ ଆଠଟା ବେ‌ଳେ ଶବ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର