ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ସୁଯୋଗ ଓ ସମସ୍ୟା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ(ସମ୍ପାଦକୀୟ ପୃଷ୍ଠା) ରଞ୍ଜିତ ଗୁରୁ ଯୋଗ ଦେଇ ବର୍ତମାନ ସମୟରେ ବୃତ୍ତିଗତ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାକୁ ଭୃକ୍ଷେପ ନକରି ଆଗକୁ ବଢ଼ିବାକୁ ଆହ୍ଵାନ ଦେଇଥିଲେ। ଜଣେ ଭଲ ସାମ୍ବାଦିକ ହେବାପାଇଁ ଛାତ୍ର ଜୀବନରୁ ସମ୍ବାଦ ପ୍ରତି ରୁଚି ରଖି ଏ ଦିଗରେ ନିଜର ଦକ୍ଷତା ବିକାଶ କରିବାକୁ ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ‘ଓଡ଼ିଶା ରିର୍ପୋଟ୍’ର ସମ୍ପାଦକ ସଂପଦ ମହାପାତ୍ର, ସାମାଜିକ ଅନୁଷ୍ଠାନ ଆଡ୍ ଆଟ୍ ଆକସନ୍ର ଦାଦନ ଓ ଶିକ୍ଷା ବିଭାଗର ଦକ୍ଷିଣ ଏସୀୟ ମୁଖ୍ୟ ଉମି ଡାନିଏଲ, ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷାକେନ୍ଦ୍ରର ନିର୍ଦେଶକ ଡ. ସୁଜିତ୍ କୁମାର ଆଚାର୍ଯ୍ୟ ଏବଂ ଅନୁଷ୍ଠାନର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ସମାଜସେବା ବିଭାଗର ସଂଯୋଜିକା ଗାୟତ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ସାମ୍ବାଦିକତା ବିଭାଗର ସଂଯୋଜକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
‘ଛାତ୍ର ଜୀବନରୁ ସମ୍ବାଦ ପ୍ରତି ରୁଚି ରଖିବା ଦରକାର’
ଆଇଏମ୍ଏସ୍ରେ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଧନା
/sambad/media/post_attachments/wp-content/uploads/2018/08/IMS-pic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)