ଚନ୍ଦ୍ରଶେଖରପୁର: ଇନ୍ଫୋସିଟି ଥାନା ଅଧୀନ ଏକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ରୀ ଝୁମ୍ପା ଦେବନାଥ(୨୨)ଙ୍କ ଆତ୍ମହତ୍ୟା ଘଟଣା ଆଜି ନୂଆ ମୋଡ଼ ନେଇଛି। ଝୁମ୍ପାଙ୍କ ମୃତ୍ୟୁ ଖବର ପାଇ ଆଜି କୋଲକାତାରୁ ତାଙ୍କ ଘର ଲୋକ ଏଠାରେ ପହଞ୍ଚିଛନ୍ତି। ଝିଅ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ସେମାନେ ଦୋଷ ଦେଇଛନ୍ତି। ପିଉସୀ ସୁଧା ମଣ୍ଡଳଙ୍କ ଅଭିଯୋଗ ଅନୁଯାୟୀ, କଲେଜ କର୍ତ୍ତୃପକ୍ଷ ଝୁମ୍ପାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଝୁମ୍ପା ଓ ତାଙ୍କ ପୁରୁଷବନ୍ଧୁ ରାହୁଲ ରଂଜନ ଦୁହେଁ କ୍ୟାମ୍ପସ୍ ଭିତରେ ନିଶା ସେବନ କରୁଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ହାତରେ ଧରାପଡ଼ିଥିଲେ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୪ମାସ ତଳେ ସେମାନଙ୍କୁ ହଷ୍ଟେଲ୍ରୁ ବାହାର କରି ଦିଆଯାଇ ଥିଲା। କିନ୍ତୁ ଏ ସଂପର୍କରେ କର୍ତ୍ତୃପକ୍ଷ ସେମାନଙ୍କ ପରିବାରଲୋକଙ୍କୁ କୌଣସି ସୂଚନା ଦେଇ ନ ଥିଲେ। ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ଝୁମ୍ପା ଭଡ଼ାରେ ଘର ନେଇ ଅନ୍ୟ ଜଣେ ଯୁବତୀଙ୍କ ସହ ଆପାର୍ଟମେଣ୍ଟରେ ରହୁଥିଲେ। ଏଥିପାଇଁ ସେ ପ୍ରବଳ ଚାପରେ ରହୁଥିବାରୁ ଗତକାଲି ଏପରି ଚରମ ପଦକ୍ଷେପ ନେଇଥିବା ଝୁମ୍ପାଙ୍କ ପିଉସୀ କହିଛନ୍ତି। ତେବେ କଲେଜ କ୍ୟାମ୍ପସ୍ ମଧ୍ୟରେ କିପରି ନିଶାଦ୍ରବ୍ୟ ବିକ୍ରି ହେଉଛି, ସେ ନେଇ ଝୁମ୍ପାଙ୍କ ପରିବାରଲୋକ ପ୍ରଶ୍ନ ଉଠାଇବା ସହ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। ସେହିପରି ମୃତ୍ୟୁ ପୂର୍ବର ଦୃଶ୍ୟକୁ ଝୁମ୍ପା ନିଜ ମୋବାଇଲ୍ରେ ରେକର୍ଡିଂ କରିଛନ୍ତି। ସେଥିରେ କ’ଣ ରହିଛି, ତାହା ଜଣାପଡ଼ିନାହିଁ। ତଦନ୍ତ ଚାଲିଥିବାରୁ ସେ ନେଇ ପୁଲିସ ନିକଟରୁ ବିଶେଷ କିଛି ସୂଚନା ମିଳି ପାରିନାହିଁ। ଅପରପେକ୍ଷ ପୁଲିସ ଆଜି ଝୁମ୍ପାଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରିଛି।
ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: କଲେଜ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲେ ପରିବାର ଲୋକ
ମୋବାଇଲ୍ରେ କଏଦ୍ ମୃତ୍ୟୁ ପୂର୍ବର ଦୃଶ୍ୟ, କ୍ୟାମ୍ପସ୍ରେ ନିଶାଦ୍ରବ୍ୟ ବିକ୍ରି ହେଉଛି କିପରି?
/sambad/media/post_attachments/wp-content/uploads/2019/09/suicide-hanging.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)