ଦୁଇ ମାସ ପରେ ନିୟୋଜିତ ହେଲେ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର

ଭୁବନେଶ୍ବର : ଲକ୍‌ଡାଉନ୍‌ ପରଠାରୁ ବନ୍ଦ ରହିଥିବା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ସେବା ପୁଣି ଥରେ ଆରମ୍ଭ ହୋଇଛି। ଆଜି ଅପରାହ୍‌ଣରେ ପ୍ରାୟ ୨୫୦ଜଣ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ରାଜଧାନୀର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି। ଟ୍ରାଫିକ ଡିସିପି ସାଗରିକା ନାଥ, ଏସିପି ସ୍ବସ୍ତିକ ପଣ୍ଡା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟରମାନଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବା ଲାଗି ବୁଝାଇଥିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ଛକରେ ନିୟୋଜିତ କରା ଯାଇଥିଲା। ଲକ୍‌ଡାଉନ ପରଠାରୁ ଷ୍ଡୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ସେବା ବନ୍ଦ ରହିଥିଲା। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ସେମାନଙ୍କୁ କାର୍ଯ୍ୟରେ ପୁଣି ଥରେ ନିୟୋଜିତ କରିବା ଲାଗି ଭଲ୍ୟୁଣ୍ଟରମାନେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର