ଖୋର୍ଦ୍ଧା: ସ୍ଥାନୀୟ ଦଳେଇପୁଟସ୍ଥିତ କେଏମ୍‌ବିବି କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି କଲେଜରେ ଆଜି ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍‌ ୧୦୨ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଛନ୍ତି। କଲେଜ ପ୍ରିନ୍‌ସିପାଲ୍ ଡ. ଅମରନାଥ ନାୟକ ଶିବିରକୁ ଉଦ୍‌ଘାଟନ କରିଥିଲେ। କଲେଜର ଚେୟାରମ୍ୟାନ ତଥା ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜୀବନରେ ରକ୍ତଦାନ ଭଳି ମହତ୍‌ କାମ କରିବାକୁ ପିଲାମାନଙ୍କ ମନରେ ଉତ୍ସାହ ଭରିଥିଲେ। ‘ଆମଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ, ଖୋର୍ଦ୍ଧା ପଞ୍ଚାୟତସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, କଲେଜର ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର, ନିର୍ଦ୍ଦେଶକ(ପ୍ରଶାସନ) ସରୋଜ କୁମାର ପଣ୍ଡା ଅତିଥି ଭାବେ ସାମିଲ୍ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡ. ସଂଗ୍ରାମ କିଶୋର ମହାନ୍ତିଙ୍କ ତତ୍ତ୍ବାବଧାନରେ ଶିବିର ପରିଚାଳିତ ହୋଇଥିଲା।

Advertisment

ପବିତ୍ର କୁମାର ପାଳ, ଦେବସ୍ମିତା ଦାସ, ଡ. ସୌମ୍ୟ ମହାନ୍ତି, ନିରଞ୍ଜନ ସାମନ୍ତରାୟ, ସୁବାସ କୁମାର ପ୍ରଧାନ, ଶୁଭ୍ରନାରାୟଣ ଷଡ଼ଙ୍ଗୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କାହ୍ନୁ ଚରଣ ସ୍ବାଇଁ, ଚିନ୍ମୟୀ ମହାପାତ୍ର, ରବୀନ୍ଦ୍ରନାଥ ସ୍ବାଇଁ, ସମୀର ପାଣିଗ୍ରାହୀ ପ୍ରମୁଖ ରକ୍ତଦାତାଙ୍କ ନାମ ପଞ୍ଜୀକରଣ କରିଥିଲେ। ଶିବାଶିଷ ପ୍ରଧାନ, ଇତିଶ୍ରୀ ମହାନ୍ତି, ସତ୍ୟବାଦୀ ରାଉତରାୟ, ବିଜୟ କୁମାର ବେହେରା, ଅରବିନ୍ଦ ରଥ, ପିନାକୀ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ବ୍ରହ୍ମା, ଦିଲୀପ ରଞ୍ଜନ ଦାସ, ଅଞ୍ଜନ ପ୍ରଧାନ, ରେଣୁବାଳା ଦେଇ ପ୍ରମୁଖ ସହଯୋଗ କରିଥିଲେ। ଖୋର୍ଦ୍ଧା ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ଲକ୍‌ ବ୍ୟାଙ୍କ୍‌ ଅଧିକାରୀ ଡାକ୍ତର ସୌରଭ ରାୟ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ନର୍ସିଂ ଅଫିସର ଝାନ୍‌ସୀରାଣୀ ପାତ୍ର, ଟେକ୍ନିସିଆନ ଅରୁଣ ସାହୁ, ଅନିରୁଦ୍ଧ ସ୍ବାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କାଉନ୍‌ସେଲର ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କ ତତ୍ତ୍ବାବଧାନରେ ପଞ୍ଜୀକରଣ ହୋଇଥିଲା। ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ବିକାଶ ଚନ୍ଦ୍ର ସାହୁ, କନକ ନ୍ୟୁଜ୍‌ ଜିଲ୍ଲା ପ୍ରତିନିଧି ରମେଶ ସାହୁ ଶିବିରରେ ଉପସ୍ଥିତ ଥିଲେ।