ଭୁବନେଶ୍ୱର: କୃପାଜଳ ଗ୍ରୁପ୍ ଅଫ ଇନ୍ଷ୍ଟିଚ୍ୟୁସନ୍ସ ଓ ଇନ୍ଫୋସିସ୍ ମିଳିତ ଆନୁକୂଲ୍ୟରେ ଲିଡରସିପ୍ -୨୦୨୦ର ବୈଷୟିକ ପୃଷ୍ଠଭୂମି ଉପରେ ଆଧାରିତ ‘ନ୍ୟାଭିଗେଟ୍ ଇଓର ନେକ୍ସଟ୍’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଇନ୍ଫୋସିସ୍ ସଫ୍ଟୱେୟର୍ କମ୍ପାନିର ଭୁବନେଶ୍ୱର ମୁଖ୍ୟ ପ୍ରଭାତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ନୂତନ ଉଦ୍ଭାବନ ଓ ଡିଜିଟାଲ୍ ସଫ୍ଟୱେର୍ ଟେକ୍ନୋଲୋଜିର ଅଭୂତପୂର୍ବ ବିକାଶର ଧାରା ସହ ତାଳ ଦେଇ ଆମକୁ ଚାଲିବାକୁ ପଡ଼ିବ। ନଚେତ୍ ଅର୍ଥନୈତିକ ବିକାଶଧାରାରେ ଅନ୍ୟମାନେ ଆମକୁ ଅତିକ୍ରମ କରିଯିବେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ସେ କହିଥିଲେ, ଆମେରିକା, ଚୀନ୍, ଦକ୍ଷିଣ କୋରିଆ ଭଳି ଦେଶମାନେ ସେମାନଙ୍କ ମାନବ ସମ୍ବଳ ଓ ପ୍ରଚୁର ଅର୍ଥ ବ୍ୟୟ କରି ଟେକ୍ନୋଲୋଜିର ବିକାଶ କରୁଛନ୍ତି। ଅତ୍ୟାଧୁନିକ ଟେକ୍ନୋଲୋଜିର ଉଦ୍ଭାବନ ଯୋଗୁଁ ଏହି ଦେଶଗୁଡ଼ିକ ଅନ୍ତର୍ଜାତୀୟସ୍ତରରେ ଅଭୂତପୂର୍ବ ବ୍ୟାବସାୟିକ ସଫଳତା ହାସଲ କରୁଛନ୍ତି। ଆମାଜନ୍, ଟୟୋଟା, ମାଇକ୍ରୋସଫ୍ଟ ଆଦି ଅନେକ କମ୍ପାନି ଏହାର ଉଦାହରଣ ବୋଲି ସେ କହିଛନ୍ତି। ଏଣୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ନିଜକୁ ସୀମିତ ନ ରଖି ଟେକ୍ନୋଲୋଜି କ୍ଷେତ୍ରରେ ନିଜେ ନିଜେ ନୂଆ ଉଦ୍ଭାବନ କରିବାକୁ ଚେଷ୍ଟା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ କୃପାଜଳର ଚେୟାରମ୍ୟାନ୍ ମୁଖ୍ୟବକ୍ତା ଶ୍ରୀ ଦାଶଙ୍କୁ ‘କୃପାଜଳ ସମ୍ମାନ’ରେ ସମ୍ମାନିତ କରିଥିଲେ। ସେହିପରି କୃପାଜଳ କଲେଜ ପରିସରରେ ଇନ୍ଫୋସିସ୍ ଖୁବ୍ଶୀଘ୍ର ଏକ ‘ଉତ୍କର୍ଷ କେନ୍ଦ୍ର’ ଖୋଲିବାକୁ ଯାଉଛି। କଲେଜ ଚେୟାରମ୍ୟାନ୍ ଡ. ଭବାନୀ ଚରଣ ରଥ ସ୍ୱାଗତ ଭାଷଣ ଓ କୃପାଜଳ ଗ୍ରୁପ୍ର ଡାଇରେକ୍ଟର ବିଭୂତି ଭୂଷଣ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ।
ଛାତ୍ରଛାତ୍ରୀ ନିଜକୁ ପାଠ୍ୟକ୍ରମରେ ସୀମିତ ନ ରଖନ୍ତୁ
କୃପାଜଳରେ ଲିଡରସିପ୍ ସମିଟ
/sambad/media/post_attachments/wp-content/uploads/2018/12/Untitled-8-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)