କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ବିଶ୍ୱ ଲିଗ୍‌ରେ ଶନିବାର ରାଜଧାନୀର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନେ ରୋମାଞ୍ଚକର ହକି ମୁକାବିଲାର ମଜା ନେଇଥିଲେ। ଖରାକୁ ଖାତିର ନକରି ସେମାନେ ମ୍ୟାଚ୍‌ର ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାକୁ ମନଭରି ଉପଭୋଗ କରିଥିଲେ।

Advertisment

publive-image

ଅପରାହ୍‌ଣରେ ଦୁଇଟି ମୁକାବିଲା ଖେଳା ଯାଇଥିବା ବେଳେ ସେମାନଙ୍କ ପାଇଁ ମୁଖ୍ୟତଃ ପୂର୍ବ ଗ୍ୟାଲେରି ରଙ୍ଗିନ୍‌ ହୋଇ ଯାଇଥିଲା। ପିଲାମାନେ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଷ୍ଟାଡିୟମ୍‌ ଆସିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ପାସ୍‌ ଯୋଗାଇ ଦିଆଯାଇଥଲା।