କଟକ: ତ୍ରିଶୂଳିଆ ନରଣପୁରସ୍ଥିତ କେଏମ୍‌ବିବି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍‌ସର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ସିବିଏସ୍‌ଇ ପରୀକ୍ଷା‌ରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପ୍ରଦୀପ୍ତ କୁମାର ସିଂହ, ଟୁଟୁନ କୁମାର ସାହୁ, ଦିବ୍ୟ ନନ୍ଦନ ନାୟକ, ସୌମ୍ୟଜିତ ସାହୁ, ସୌମ୍ୟ ରଞ୍ଜନ ସାହୁ, ଲିପାରାଣୀ ଦାସଙ୍କୁ ମେଡାଲ ଓ ୧୦ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ସିଏଚ୍‌ଏସ୍‌ଇର କୃତୀ ଛାତ୍ରଛାତ୍ରୀ ଶୁଭମ ସାହୁ, ସୌରଭ କୁମାର ସାହୁ, ଜଗନ୍ନାଥ ଜେନା, ଭୂମିକା ଦାସ, ସାର୍ଥକ ଭୂୟାଁ, ବିଷ୍ଣୁପ୍ରିୟା ସାହୁ, ଓମ୍ ପ୍ରକାଶ ସାହୁ, ସରସ୍ବତୀ ପ୍ରିୟଦର୍ଶିନୀ ସାମଲ, ରଶ୍ମି ରଞ୍ଜନ ମିଶ୍ର, ତମନ୍ନା ତନୁଶ୍ରୀ ନାୟକ, ଦେବସ୍ମିତା ରାଉତ, କମଳାକାନ୍ତ ରାଉତ, ମଳୟରଞ୍ଜନ ଗିରି, ସିଦ୍ଧାର୍ଥ ନନ୍ଦ, ସୌମ୍ୟ ଆପଟୋ, ଶୁଭଲକ୍ଷ୍ମୀ ସାହୁ, ସୌର ପ୍ରକାଶ ମହାପାତ୍ର, ଇପ୍ସିତା ମିଶ୍ର, ସାଇ ସ୍ମୁତି ସିଂହ, ସୌଭାଗ୍ୟ ରଞ୍ଜନ ସେନାପତି, ରୁଦ୍ର ନାରାୟଣ ବିଶ୍ବାଳ, ବିଷ୍ଣୁ ପ୍ରସାଦ ଭୋଇ, ତନୁଜା ପ୍ରିୟଦର୍ଶନୀ ପରିଡ଼ା, ଶିବାଶିଷ ସ୍ବାଇଁ, ସିଦ୍ଧାର୍ଥ ଶେଖର ମହନ୍ତ, ମାନସୀ ମହାପାତ୍ର, ଦିବ୍ୟଦର୍ଶିନୀ ଜେନା, ରଶ୍ମି ରଞ୍ଜନ ମିଶ୍ର, ଅନନ୍ୟା ପ୍ରିୟଦର୍ଶିନୀ, ଓମ୍ ପ୍ରକାଶ ଦାସ, ସୋନାଲି ସାହୁ, ଶୁଭଶ୍ରୀ ଶୂନ୍ୟାସକ୍ତ, ତ୍ରଚିନନ୍ଦ ଲେଙ୍କା, ସତ୍ୟରଞ୍ଜନ ବେହେରା, ସ୍ବୟାଂଶୁ ସାହୁଙ୍କୁ ଆର୍ଥିକ ରାଶି ଓ ମେଡାଲ୍ ପ୍ରଦାନ କରାଯାଇଛି।