ଆଇଆର୍‌ସି ଭିଲେଜ୍‌ରେ ଖୋଲିଲା ‘ଷ୍ଟୁଡିଓ ୧୧’

ଭୁବନେଶ୍ୱର : ସୌନ୍ଦର୍ଯ୍ୟ ଉପଚାର କ୍ଷେତ୍ରରେ ଜଣାଶୁଣା ସେଲୁନ୍‌ ଓ ସ୍ପା ‘ଷ୍ଟୁଡିଓ ୧୧’ର ଏକ ଶାଖା ଆଇଆର୍‌ସି ଭିଲେଜ୍‌ରେ ଖୋଲିଛି। ନୂଆପଲ୍ଲୀ ସବ୍‌ଷ୍ଟେସନ୍‌ ସାମ୍ନାରେ ଖୋଲିଥିବା ଏହି ଅତ୍ୟାଧୁନିକ ସେଲୁନ୍‌ ଓ ସ୍ପା ଭୁବନେଶ୍ୱରରେ ଦ୍ୱିତୀୟ ଶାଖା। ପୂର୍ବରୁ କିଟ୍‌ ଛକସ୍ଥିତ ଏସ୍‌ଜେ କମ୍ପ୍ଲେକ୍ସରେ ଏହାର ପ୍ରଥମ ଶାଖା ଖୋଲି ବେଶ୍‌ ସଫଳ ହୋଇଛି।

‘ଷ୍ଟୁଡିଓ ୧୧’ରେ ହେୟାର, ସ୍କିନ୍‌, ସ୍ପା ଓ ବ୍ରାଇଡାଲ୍‌ ମେକ୍‌-ଅପ୍‌ର ସମସ୍ତ ପ୍ରକାର ସୌନ୍ଦର୍ଯ୍ୟ ଉପଚାର ବ୍ୟବସ୍ଥା ରହିଛି। ଅତ୍ୟାଧୁନିକ ପରିବେଶ ମଧ୍ୟରେ ତାଲିମ୍‌ପ୍ରାପ୍ତ କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ‘ଷ୍ଟୁଡିଓ ୧୧’ର ସତ୍ତ୍ୱାଧିକାରୀ ସୋନମ ମହାନ୍ତି ଓ ଅଭିଷେକ ବର୍ମାଙ୍କ କହିବା ଅନୁଯାୟୀ ରାଜଧାନୀର ସୌନ୍ଦର୍ଯ୍ୟ ସଚେତନ ମହିଳା ଓ ପୁରୁଷଙ୍କୁ ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁଯାୟୀ ଏଠାରେ ସେବା ମିଳିବ। ସବୁ ବର୍ଗର ଲୋକଙ୍କ ପକେଟ୍‌କୁ ସୁହାଇଲା ପରି ଦର ମଧ୍ୟ ଏଠାରେ ଧାର୍ଯ୍ୟ କରାଯାଇଛି। ଆଇଆର୍‌ସି ଭିଲେଜ୍‌ ଶାଖା ଏବେ ଖୋଲିଥିବାରୁ ଏକ ମାସ ପାଇଁ ଏଠାରେ ସ୍ୱତନ୍ତ୍ର ରିହାତି ଉପଲବ୍ଧ ବୋଲି ସୋନମ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ ହାଇଦ୍ରାବାଦରୁ ଆରମ୍ଭ ହୋଇଥିବା ‘ଷ୍ଟୁଡିଓ ୧୧’ର ଏବେ ସାରା ଦେଶରେ ୧୦୦ରୁ ଅଧିକ ଶାଖା ରହିଛି। ଓଡ଼ିଶାରେ ୫ଟି ଶାଖା ଥିଲା ବେଳେ ଭୁବନେଶ୍ୱରରେ ୨ଟି ରହିଛି।

ସମ୍ବନ୍ଧିତ ଖବର