ବାଲିଅନ୍ତା: ଶନିବାର କୁଶଭଦ୍ରା ନଦୀରେ ମାଛ ଧରୁଥିବା ବେଳେ ସ୍ଥାନୀୟ ବେଣ୍ଟପୁର ଦିୱାନପାଟଣା ଗ୍ରାମର ଶ୍ରୀଧର ବେହେରା(୫୬)ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶ୍ରୀଧରଙ୍କର ନିକଟସ୍ଥ ଡେଲ୍‌ଟା ମାର୍କେଟ୍‌ରେ ଏକ ମାଛ ଦୋକାନ ଅଛି।

Advertisment

ନଦୀରୁ ମାଛ ଧରି ସେ ବଜାରରେ ବିକ୍ରି କରନ୍ତି। ଶୁକ୍ରବାର ରାତିରେ ସେ କୁଶଭଦ୍ରା ନଦୀରେ ଫାସି ଜାଲ ଟାଣିଥିଲେ। ଆଜି ଭୋର୍‌ ସମୟରେ ସେ ତାଙ୍କର ଅନ୍ୟ ସାଥୀଙ୍କ ସହ ମିଶି ଜାଲ ଟାଣୁଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ସେଠାରେ ଟଳିପଡ଼ିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଆଜି ସ୍ଥାନୀୟ ଡେଲ୍‌ଟା ବଜାର ବ୍ୟବସାୟୀମାନେ ମାର୍କେଟ୍‌ ବନ୍ଦ କରିଥିଲେ।