ରାତି ଅଧିଆ ଉତ୍ପାତ କଲେ ବାଇକର୍‌

ଚନ୍ଦ୍ରଶେଖରପୁର : ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଆଜି କିଛି ଯୁବକ ରାତି ଅଧିଆ ଉତ୍ପାତ କରିଛନ୍ତି। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୩ଜଣ ଯୁବକ ସ୍ପୋର୍ଟସ୍‌ ବାଇକ୍‌ ଧରି ରାସ୍ତା ଉପରେ ଆତଙ୍କ ଖେଳାଇଥିଲେ। ବାଇକ୍‌ରେ ଷ୍ଟଣ୍ଟ ଦେଖାଇବା ସହ ସାଧାରଣ ଲୋକଙ୍କୁ ଭୟଭୀତ କରାଇଥିଲେ। ତେବେ ଏହା ଦେଖି କିଛି ଯୁବକ ପୁଲିସ୍‌କୁ ଜଣାଇବାରୁ ଏକ ପିସିଆର୍‌ ସେମାନଙ୍କୁ ଗୋଡ଼ାଇଥିଲା। କିନ୍ତୁ ଯୁବକମାନେ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇଯାଇଥିଲେ। ପୁଲିସ୍‌ ସ୍ଥାନୀୟ ଅଞ୍ଚଳର ସିସିଟିଭି ଓ ଲୋକଙ୍କ ମୋବାଇଲ୍‌ ଭିଡିଓରୁ ସେମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର