ପୁରୁଣା ଭୁବନେଶ୍ୱର : କଳ୍ପନାସ୍ଥିତ ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପରେ ଏବେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ ପଶିଛି କରୋନା। ଏଥିପାଇଁ ଏହି ୩ଟି ସରକାରୀ କାର୍ଯ୍ୟାଳୟକୁ ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଛି। ବିଏମ୍ସି ପକ୍ଷରୁ ଏନେଇ ଉପ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।
ସୂଚନାଯୋଗ୍ୟ, ୪ ଦିନ ତଳେ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଥିପାଇଁ କାର୍ଯ୍ୟାଳୟକୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା। ଆସନ୍ତା ସୋମବାର ଖୋଲାଯିବ ବୋଲି କୁହାଯାଇଥିଲା। ତେବେ ପୁଣି ଭୁବନେଶ୍ବର ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ୪ଜଣ ଆକ୍ରାନ୍ତ ବାହାରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୪ଜଣ ଓ ତହସିଲ କାର୍ଯ୍ୟାଳୟରୁ ଜଣକୁ ପଜିଟିଭ୍ ବାହାରିଛନ୍ତି। ଯାହା ଫଳରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ୩ଟି କାର୍ଯ୍ୟାଳକୁ ବନ୍ଦ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/unnamed-4.jpg)