ଶୁଭାଙ୍ଗୀ ‘କିଟ୍‌ ନହ୍ନିପରୀ’

ଭୁବନେଶ୍ବର: ଲକ୍ଷ୍ନୌର ଶୁଭାଙ୍ଗୀ ଦ୍ବିବେଦୀ କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ତିଆ-୨୦୧୮ ଟାଇଟଲ୍‌ ହାସଲ କରିଛନ୍ତି। କିଟ୍‌ ପକ୍ଷରୁ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପରିସରରେ ୩ ଦିନ ଧରି ଚାଲିଥିବା ଫାଇନାଲ୍‌ ରାଉଣ୍ତରେ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଶୁଭାଙ୍ଗୀ ନହ୍ନିପରୀ ମୁକୁଟ ସହ ୩ ଲକ୍ଷ ଟଙ୍କାର ନଗଦ ଅର୍ଥ ରାଶି ପୁରସ୍କାର ସ୍ବରୂପ ପାଇଛନ୍ତି। ଦିଲ୍ଲୀର ୟାସିକା ସି˚ହ ପ୍ରଥମ ରନର୍ସଅପ୍‌ ଏବଂ ଅମୃତସରର ମୀରା ଦ୍ବିତୀୟ ରନର୍ସଅପ୍‌ ହୋଇଛନ୍ତି। ଦୁଇ ରନର୍ସଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯାଇଛି। ଏହି ପ୍ରତିଯୋଗିତାର ୧୦ଟି ବିଭାଗ ଯଥା ମିସ୍‌ ରାପୁଞ୍ଜେଲ୍‌(ସୁନ୍ଦର କେଶ) ପାଇଁ ଅମୃତସରର ଅମନଦୀପ କୌର, ଲିଟିଲ୍‌ ମିସ୍‌ ଫଟୋଜେନିକ ପାଇଁ ଭୋପାଳର ତାପ୍ତି ଠାକୁର, ଲିଟିଲ୍‌ ମିସ୍‌ ସେଲ୍‌ଫି ପାଇଁ(ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌) ପାଇଁ ଭୁବନେଶ୍ବରର ସୌମ୍ୟା ପ୍ରଧାନ, ଲିଟିଲ୍‌ ମିସ୍‌ ଫେସନ୍‌ ଗାର୍ଲ ପାଇଁ ଭୁବନେଶ୍ବରର ବନିଶା ଦଣ୍ତପାଟ, ଲିଟିଲ୍‌ ମିସ୍‌ ଉଇଜ୍‌କିଡ୍‌(କୁଇଜ୍‌ରେ ସର୍ବାଧିକ ନମ୍ବର) ମୁମ୍ବାଇର ଗୌତମୀ ମଦନ ଦେଶମୁଖ, ମିସ୍‌ ସିେଣ୍ଡ୍ରଲା(ଶ୍ରେଷ୍ଠ ବ୍ୟକ୍ତିତ୍ବ) ପାଇଁ ମୀରା ସି˚ହ, ମିସ୍‌ ଉର୍ବସୀ(ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) କୋଲକାତାର ଚନ୍ଦ୍ରିମା ସରକାର, ମିସ୍‌ କ୍ୟାଟ୍‌ୱାକ୍‌ ପାଇଁ ଶୁଭାଙ୍ଗୀ ଦ୍ବିବେଦୀ, ମିସ୍‌ ମୋନାଲିସା ପାଇଁ ବାଙ୍ଗାଲୋରର ଭୂମିକା ଆର‌୍‌ ଓ ମିସ୍‌ ଆକ୍ଟିଭ୍‌ ପାଇଁ ଜାମସେଦପୁରର ଅନନ୍ୟା ଶର୍ମା ପୁରସ୍କୃତ ହୋଇଥିଲେ। କିଟ୍‌ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ମଳୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର