ଇସିସିଟି ସଭାପତି ହେଲେ ଶୁଭ୍ରାଂଶୁ

ଭୁବନେଶ୍ବର: ବିଡିଏ କର୍ମଚାରୀ ଜମା ଓ ମିତବ୍ୟୟ ସମବାୟ ସମିତି(ଇସିସିଟି)ର ସଭାପତି ନିର୍ବାଚନ ହୋଇଛି। ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ସହ କର୍ମଚାରୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ଅବସରରେ ସେ ଦୁଇଟି ବଡ଼ ଘୋଷଣା କରିଛନ୍ତି।

ପୂର୍ବରୁ କର୍ମଚାରୀମାନଙ୍କୁ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ବ୍ୟବସ୍ଥା ଥିବା ବେଳେ ଏବେ ତାହାକୁ ୫ଲକ୍ଷ ପର୍ଯ୍ୟନ୍ତ ବଢ଼ାଯିବ। ସେହିଭଳି କର୍ମଚାରୀମାନଙ୍କୁ ବିଭିନ୍ନ ପ୍ଲଟିଂ ସ୍କିମ୍‌ରେ ସୁଲଭ ମୂଲ୍ୟରେ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ନିକଟ ଅତୀତରେ ସମିତିର ବୋର୍ଡ ଅଫ୍ ଡାଇରେକ୍ଟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ପକ୍ଷରୁ ପକ୍ଷରୁ ନିର୍ବାଚନ ଅଧିକାରୀ ଭାବେ ବ୍ରହ୍ମାନନ୍ଦ ଶତପଥୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର