ରାଜ୍ୟପାଳଙ୍କୁ ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ପ୍ରଦାନ

ଭୁବନେଶ୍ବର: ୨୦୨୧ ମସିହାର ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂଙ୍କ ସମେତ ସଦସ୍ୟ (ନ୍ୟାୟିକ) ଜଷ୍ଟିସ୍ ବିଜୟ କୁମାର ନାୟକ, ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଓ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ନିର୍ଦ୍ଦେଶକମାନେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି।

କୋଭିଡ୍‌ ମହାମାରୀ ସତ୍ତ୍ବେ ୮୮୪ଟି ମାମଲାର ବିଚାର କରାଯାଇଛି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ସେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେ, ଓଡ଼ିଶା ଲୋକାୟୁକ୍ତରେ ଅଭିଯୋଗ ଦାଖଲ ପ୍ରକ୍ରିୟା ସରଳ ହୋଇ ନଥିବାରୁ ଅନେକ ଲୋକ ଅଭିଯୋଗ କରୁନାହାନ୍ତି। ଏଣୁ ପ୍ରକ୍ରିୟାକୁ ସରଳୀକରଣ କଲେ ଦୁର୍ନୀତି ବିରୋଧରେ ଅଧିକରୁ ଅଧିକ ଅଭିଯୋଗ ଆସିପାରିବ ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର