୮ଘଣ୍ଟାର ଅସ୍ତ୍ରୋପଚାର, ପୁଅ ହେଲେ ଝିଅ

କଟକ: ପୁଅରୁ ଝିଅ ହେଲେ ଭୁବନେଶ୍ବର ବରମୁଣ୍ତା ଅଞ୍ଚଳର ବିଜୟ ମଲ୍ଲିକ (ଛଦ୍ମନାମ/୨୯)। ଏସ୍‌ସିବି ମେଡିକାଲ୍‌ରେ ଦୀର୍ଘ ୮ଘଣ୍ଟାର ଅସ୍ତ୍ରୋପଚାର ପରେ ସେ ଏବେ ସ˚ପୂର୍ଣ୍ଣ ନୂଆ ରୂପ ପାଇଛନ୍ତି। ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଅରୁଣ ଚୌଧୁରୀ ସୂଚନା ଦେଇଛନ୍ତି। ଯଦିଓ ପୂର୍ବରୁ ଏଠାରେ ଲିଙ୍ଗ ପରିବର୍ତ୍ତନ କରାଯାଇଛି, କିନ୍ତୁ ଏହା ଅତ୍ୟନ୍ତ ଆହ୍ବାନ ପୂର୍ଣ୍ଣ ଥିଲା। ପୂର୍ବରୁ କିନ୍ନରମାନଙ୍କୁ ଝିଅ ଭାବେ ଲିଙ୍ଗ ପରିବର୍ତ୍ତନ କରାଯାଇଛି। ହେଲେ ଏକ୍ଷେତ୍ରରେ ସ˚ପୂର୍ଣ୍ଣ ଭାବେ ଜଣେ ପୁଅକୁ ଝିଅରେ ପରିଣତ କରାଯାଇଛି।

ଗୁରୁବାର ପୂର୍ବ‌ାହ୍ନ ୧୦ଟାରୁ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିବାବେଳେ ପାଖାପାଖି ସ˚ଧୢା ୬ଟାରେ ଏହା ଶେଷ ହୋଇଥିଲା। ପ୍ରଫେସର ଡାକ୍ତର ଚୌଧୁରୀଙ୍କ ସହ ଡାକ୍ତର ପୃଥ୍ବୀରାଜ ସି˚ହ, ଡାକ୍ତର ସତ୍ୟନାରାୟଣ ରାଉତରାୟ, ଡାକ୍ତର ରୋଜାଲିନ୍‌ ମିଶ୍ର, ଆନାସ୍ଥେସିଆର ବିଭାଗର ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, ଡାକ୍ତର ସ˚ଜୀବ ପ୍ରମୁଖ ଅସ୍ତ୍ରୋପଚାରରେ ସହାୟତା କରିଥିଲେ। ବିଜୟ ଜଣେ ଏମ୍‌ଏ ପାସ୍‌ କରିଥିବା ମେଧାବୀ ଛାତ୍ର। ଦିଲ୍ଲୀରେ ରହି ଆଇଏଏସ୍‌ ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ। ତେବେ ତାଙ୍କ କହିବା କଥା, ଜଣେ ଝିଅର ଗୁଣ ତାଙ୍କ ପାଖରେ ଭରି ରହିଥିବାରୁ ସେ ଆଉ ପୁଅ ହୋଇ ରହିବାକୁ ଚାହିଁଲେ ନାହିଁ। ଦେଢ ବର୍ଷ ପୂର୍ବରୁ ଏସ୍‌ସିବି ମେଡିକାଲ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡାକ୍ତରଙ୍କ ସହ ସେ ଆଲୋଚନା କରିଥିଲେ। ବିଜୟଙ୍କ ମା’ଙ୍କ କହିବାନୁସାରେ, ସେ ଛୋଟବେଳୁ ଭାରି ଶାନ୍ତ ସରଳ ସ୍ବଭାବର ପିଲା ଥିଲା। କେବେ ବି ଏ ବିଷୟରେ ସେ କାହା ସହିତ ଆଲୋଚନା କରିନଥିଲା। ହେଲେ ଏବେ ଅସ୍ତ୍ରୋପଚାର କରିବାକୁ ଆସିବା ପୂର୍ବରୁ ସେ ତା ମନ କଥା କହିଥିଲା। ଯଦି ଲିଙ୍ଗ ପରିବର୍ତ୍ତନ ନକରିବ ତାହେଲେ ଜୀବନ ହାରିଦେବ ବୋଲି କହିଥିଲା। ଗୋଟିଏ ବୋଲି ପୁଅ ହୋଇଥିବାରୁ ତା’ ଖୁସିରେ ଆମର ଖୁସି ବୋଲି ଧରିନେଇଥିଲୁ। ହେଲେ ପରିବାରର ଅନ୍ୟମାନେ ତା’ ଉପରେ ଅସନ୍ତୁଷ୍ଟ ଥିଲେ।

ସମ୍ବନ୍ଧିତ ଖବର