ଭୁବନେଶ୍ବର: ନରଣପୁରସ୍ଥିତ କେଏମ୍ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ବିଜ୍ଞାନ ଓ ଆଧ୍ୟାତ୍ମିକତା’ ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିଜୁନି ଚରଣ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶ୍ରୀଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇ ବିଜ୍ଞାନର ଆମ ଜୀବନର ଉପାଦେୟତା ଓ ବିଦ୍ୟାର୍ଥୀର ଆଧ୍ୟାତ୍ମିକତା ସହ ସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଉତ୍ତମ ବ୍ୟବହାର, ଉତ୍ତମ ଆଚରଣ, ଧୈର୍ଯ୍ୟ ଓ ଈଶ୍ବର ଭକ୍ତି ଦ୍ବାରା କିପରି ସଫଳତା ପାଇପାରିବା ସେ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ। ଶେଷରେ ବିଦ୍ୟାଳୟର କୃତୀ ଛାତ୍ରମାନଙ୍କୁ ପୁରସ୍କୃତ କରିଥିଲେ।
ଉକ୍ତ ସଭାରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ସୁଶ୍ରୀ ରୋମାଲି ସୋନମ୍ ସମର୍ପିତା ମଞ୍ଚ ପରିଚାଳନା କରିଥିବା ବେଳେ ଜୀବ ବିଜ୍ଞାନର ଅଧ୍ୟାପିକା ମିନତି ପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ। ଆଲୋଚନାଚକ୍ରରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ପୂଜ୍ୟବାବା ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜା ଏକାଧାରରେ ଜଣେ ପ୍ରଧାନ ଶିକ୍ଷକ ଓ ଶ୍ରେଷ୍ଠ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସେ ସାରା ବିଶ୍ୱ ଭ୍ରମଣ କରି ‘ଶ୍ରୀଜଗନ୍ନାଥ ପାଞ୍ଚରାତ୍ର’ କାର୍ଯ୍ୟକ୍ରମର ଆୟୋଜନ କରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ସୁବିଖ୍ୟାତ କରାଉଛନ୍ତି।