ଆପୋଲୋ ହସ୍ପିଟାଲର ଆଉ ଏକ ସଫଳତା: ନୂଆ ଜୀବନ ପାଇଲା ଦେଢ଼ ବର୍ଷର ଶିଶୁ

ଭୁବନେଶ୍ବର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆପୋଲୋ ହସ୍ପିଟାଲ ଆଉ ଏକ ସଫଳତା ହାସଲ କରିଛି। ବିରଳ ମସ୍ତିଷ୍କ ରୋଗରେ ପୀଡ଼ିତ ଦେଢ଼ ବର୍ଷର ଏକ ଶିଶୁର ସଫଳ ଅସ୍ତ୍ରୋପଚାର କରି ହସ୍ପିଟାଲର ଡାକ୍ତରୀଦଳ ଶିଶୁଟିକୁ ନୂଆ ଜୀବନ ଦେଇଛନ୍ତି। ୬ ମାସ ତଳେ ଶିଶୁଟି ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି ହୋଇଥିଲା। ତା’ ନାକରୁ ରକ୍ତସ୍ରାବ ହେବା ସହ ମସ୍ତିଷ୍କର ଆକାର ଖୁବ୍‌ ବଡ଼ ଥିଲା। ତା’ ହୃତ୍‌ପିଣ୍ଡରେ ମଧ୍ୟ ଚ୍ଛିଦ୍ର ଥିଲା। ଡାକ୍ତରମାନେ ପରୀକ୍ଷାନିରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଯେ ଶିଶୁଟି ଭେନ୍‌ ଅଫ୍‌ ଗ୍ୟାଲେନ୍‌ ମାଲଫର୍ମେସନ୍‌ ନାମକ ରୋଗରେ ପୀଡ଼ିତ।

ଏଭଳି ରୋଗରେ ପୀଡ଼ିତ ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ବିଳମ୍ବ ହୋଇଥାଏ। ହସ୍ପିଟାଲର ଡାକ୍ତର ମାନସ ରଂଜନ କର ମସ୍ତିଷ୍କ ଆଞ୍ଜିଗ୍ରାମ୍‌ ପଦ୍ଧତିରେ ତା’ର ମସ୍ତିଷ୍କର ଅସ୍ତ୍ରୋପଚାର କରିଥିଲେ। କିଛି ଦିନ ତଳେ ଶିଶୁଟିର ହୃତ୍‌ପିଣ୍ଡରେ ଥିବା ଚ୍ଛିଦ୍ରର ମଧ୍ୟ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତର ସଂଦୀପ ମହାନ୍ତି, ଡାକ୍ତର ରଂଜିତ ଯୋଶୀ ହୃତ୍‌ପିଣ୍ଡ ଆଞ୍ଜିଓଗ୍ରାମ୍‌ ଜରିଆରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଛନ୍ତି।

ସମ୍ବନ୍ଧିତ ଖବର