ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଆପ୍ଟି ପ୍ଲସ୍‌ର ସଫଳତା

ଭୁବନେଶ୍ବର : ୨୦୨୦ର ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଆପ୍ଟି ପ୍ଲସ ଆଇଏଏସ୍‌ ଏକାଡେମିରୁ ୫୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଶିକ୍ଷାନୁଷ୍ଠାନକୁ ଗର୍ବିତ କରିଛନ୍ତି। ୧୩ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଜେ କେ ନାଗଜୀଭାଇ ଅଷ୍ଟମ ସ୍ଥାନରେ ରହିଛନ୍ତି। ପୁଲକିତ୍‌ ସିଂ ୨୬ତମ ସ୍ଥାନ, ଓଡ଼ିଶାରୁ ଜୁବିନ୍‌ ମହାପାତ୍ର ୪୬ତମ, ଅପୂର୍ବ ତ୍ରିପାଠୀ ୬୮ତମ ସ୍ଥାନରେ ରହି ଆପ୍ଟି ପ୍ଲାସର ଗୌରବ ବୃଦ୍ଧି କରିଛନ୍ତି। ୨୦୧୯ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ୩୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଥିଲେ। ସଞ୍ଜିତା ମହାପାତ୍ର ୧୦ ନମ୍ବର ଓ ନୁପୂର ଗୋଏଲ୍‌ ୧୧ତମ ସ୍ଥାନରେ ରହିଥିଲେ। ଆପ୍ଟିପ୍ଲସର ବର୍ତମାନର ଫଳାଫଳକୁ ଦେଖି ଆହୁରି ଉନ୍ନତ ତଥା ଭିନ୍ନ ଭିନ୍ନ ଶୈଳୀରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି। ଏଥିସହ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା ଚାଲିଛି। ଏଥିପାଇଁ ନାମଲେଖା ମଧ୍ୟ ଚାଲିଛି। ଆଗାମୀ ଦିନରେ ଆପ୍ଟି ପ୍ଲସର ଛାତ୍ରଛାତ୍ରୀ ଉଭୟ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଓ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଜୟଦେବ ବିହାରସ୍ଥିତ ଆପ୍ଟି ପ୍ଲସ ଏକାଡେମିର ନିର୍ଦେଶକ ସୁସିଜିତ୍‌ ସାହୁ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର