ଭୁବନେଶ୍ୱର: ଅଶୋକ କୁମାର ସିଂ ସ୍ମୃତି କମିଟି ପକ୍ଷରୁ ସାହିତ୍ୟିକ ତଥା ସାମ୍ବାଦିକ ଅଶୋକ ସିଂଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଏକ ସାରସ୍ୱତ ସଭା ସହିଦନଗର ବିଷ୍ଣୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଯୋଗ ଦେଇଥିଲେ। ଶ୍ରୀ ହୋତା ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ସିଂଙ୍କ ବ୍ୟକ୍ତିତ୍ୱ ଓ ଗୁଣ ଉପରେ ଆଲୋକପାତ କରିଥିଲେ। ତାଙ୍କର ସାହିତ୍ୟ ପ୍ରତି ଥିବା ରୁଚି ଓ ଶ୍ରଦ୍ଧା ସଂପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଅଶୋକ ସିଂଙ୍କ ବ୍ୟକ୍ତିତ୍ୱ ଓ ଜୀବନୀ ସଂପର୍କରେ କହିଥିଲେ। ସ୍ୱର୍ଗତ ସିଂଙ୍କୁ ପ୍ରଶଂସା କରି ଶ୍ରୀ ପଟ୍ଟନାୟକ କହିଥିଲେ, ଦୀର୍ଘଜୀବୀ ହେବା ବଡ଼ କଥା ନୁହେଁ। ଅଳ୍ପ ସମୟରେ ନିଜକୁ ପ୍ରତିପାଦିତ କରିବା ହିଁ ସଫଳ ବ୍ୟକ୍ତିତ୍ୱର ପରିଚୟ। ନିଜ ଉଦ୍ୟମରେ ଯଦି ଚେଷ୍ଟା କରାଯାଏ ତେବେ ସଫଳତା ନିଶ୍ଚିୟ ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମ୍ମାନିତ ଅତିଥି ଭାବେ ‘ଶତଭିଷା’ର ସଂପାଦିକା ଶକୁନ୍ତଳା ବଳିଆରସିଂହ ଓ ‘ମୁକ୍ତ ଚିନ୍ତନ ମଞ୍ଚ’ର ସମ୍ପାଦକ ପୀତବାସ ରାଉତରାୟ ଯୋଗ ଦେଇ ତାଙ୍କ ଲେଖିବାର ଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅତିଥିମାନେ ସ୍ୱର୍ଗତ ସିଂଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସଭାରେ ଅତିଥିମାନଙ୍କ ଦ୍ୱାରା ଶ୍ରୀ ସିଂଙ୍କ ଗଳ୍ପ ସଙ୍କଳନ ‘ମୁଠାଏ ଆକାଶ’ ଓ ସ୍ମରଣିକା ‘ସ୍ମରଣରେ ଅଶୋକ’ ଉନ୍ମୋଚିତ ହୋଇଥିଲା। ଏଥିରେ ବହୁ କବି ଓ ସାହିତ୍ୟିକଙ୍କ ସମେତ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ। ବିମଳା ସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ନିଜ ଉଦ୍ୟମରେ ଚେଷ୍ଟା କଲେ ସଫଳତା ମିଳିବ
ସାହିତ୍ୟିକ ଅଶୋକ ସିଂଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ
/sambad/media/post_attachments/wp-content/uploads/2018/06/m12-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)