‘ଲେଖାର ମର୍ମ ବୁଝିହେବା ହିଁ ସଫଳ ସାହିତ୍ୟ’

Advertisment

କବିତା ହେଉ କିମ୍ବା ଗଳ୍ପ। ଏହାର ଲେଖା ସରଳ ହେବା ଦରକାର। ଭଲ ଶବ୍ଦବିନ୍ୟାସ କିମ୍ବା ଉଚ୍ଚକୋଟୀର ସାହିତ୍ୟିକ ଭାଷାରେ ଲେଖାଟିକୁ ବର୍ଣ୍ଣନା କରିବା ଦ୍ବା‌ରା ପାଠକର ମନକୁ କିଣିବା ସମ୍ଭବ ନୁହେଁ।

କବିତା ହେଉ କିମ୍ବା ଗଳ୍ପ। ଏହାର ଲେଖା ସରଳ ହେବା ଦରକାର। ଭଲ ଶବ୍ଦବିନ୍ୟାସ କିମ୍ବା ଉଚ୍ଚକୋଟୀର ସାହିତ୍ୟିକ ଭାଷାରେ ଲେଖାଟିକୁ ବର୍ଣ୍ଣନା କରିବା ଦ୍ବା‌ରା ପାଠକର ମନକୁ କିଣିବା ସମ୍ଭବ ନୁହେଁ।

gdgddg

ଭୁବନେଶ୍ବର: କବିତା ହେଉ କିମ୍ବା ଗଳ୍ପ। ଏହାର ଲେଖା ସରଳ ହେବା ଦରକାର। ଭଲ ଶବ୍ଦବିନ୍ୟାସ କିମ୍ବା ଉଚ୍ଚକୋଟୀର ସାହିତ୍ୟିକ ଭାଷାରେ ଲେଖାଟିକୁ ବର୍ଣ୍ଣନା କରିବା ଦ୍ବା‌ରା ପାଠକର ମନକୁ କିଣିବା ସମ୍ଭବ ନୁହେଁ। ଅକ୍ଷର ଚିହ୍ନିଥିବା ଲୋକଟିଏ ଯଦି ଲେଖାର ମର୍ମକୁ ବୁଝିପାରେ ତାହା ହିଁ ସଫଳ ସାହିତ୍ୟ। ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାଶନୀ ପକ୍ଷରୁ ଯୁବଲେଖକ ନୀତୀଶ ନିବେଦନ ବାରିକଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଭାରତୀୟ ବିଦ୍ୟାଭବନ ସଭାଗୃହରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ବହିର ବ୍ୟାପକତା, ଏହାର ପ୍ରସଙ୍ଗ ଚୟନରେ ଅନ୍ତର୍ନିହିତ। ଯୁବ ଲେଖକ ନୀତୀଶ ନିଜ ଭ୍ରମଣରୁ ପାଇଥିବା ବିଭିନ୍ନ ଶିକ୍ଷଣୀୟ କାହାଣୀକୁ ପୁସ୍ତକରେ ଅତି ସରଳ ଭାଷାରେ ବର୍ଣ୍ଣନା କରିପାରିଛନ୍ତି। ଜଣେ ଆଇଟି ଇଞ୍ଜିନିୟର୍‌ ହେବା ସତ୍ତ୍ବେ ସାରସ୍ବତ କ୍ଷେତ୍ରରେ ଏଭଳି ଉଦ୍ୟମ ପାଇଁ ନୀତୀଶ ଅନ୍ୟ ଯୁବକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। 

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ସାହିତ୍ୟିକ ଦେବଦାସ ଛୋଟରାୟ ଯୁବଲେଖକ ନୀତୀଶଙ୍କ ଲେଖାର ପ୍ରଶଂସା କରିବା ସହିତ ଏଥିରେ ସ୍ଥାନିତ ପ୍ରତ୍ୟେକ ବିଷୟ ପାଠକଙ୍କ ପାଇଁ ଶିକ୍ଷଣୀୟ ହୋଇପାରିବ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ପୂର୍ବତନ ପ୍ରଶାସକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ କହିଲେ, ଭଗବାନଙ୍କ ଆଶୀର୍ବାଦ ଥିଲେ ଜଣେ ଲେଖକ ପାଠକଙ୍କ ହୃଦୟକୁ ଛୁଇଁ ପାରିବ। ନୀତୀଶଙ୍କ ପାଖରେ ନିଶ୍ଚିତ ଭାବେ ଭଗବାନଙ୍କ ଆଶୀର୍ବାଦ ରହିଛି। ଏଣୁ ସେ ମାତ୍ର ୩୦ବର୍ଷ ବୟସରେ ନିଜର ଅନୁଭୂତିକୁ ପୁସ୍ତକ ଆକାରରେ ପ୍ରକାଶ କରିପାରିଛନ୍ତି। ସାହିତ୍ୟିକ ଦାଶ ବେନହୁର ପୁସ୍ତକର ସମୀକ୍ଷା କରିବା ସହିତ ଏହାର ପାଠକାଦୃତି କାମନା କରିଥିଲେ। କବୀନ୍ଦ୍ରନାଥ ଖଟାଇ ସ୍ବାଗତ ଭାଷଣ ଓ ନିରଞ୍ଜନ ବାରିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe