ସମ୍ମମ୍‌ରେ ଜନ୍ମଗତ ତ୍ରୁଟିର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ୧୫ ମାସର ଏକ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ। ଶିଶୁ କନ୍ୟାର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ବାପା-ମା’ ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ।

ପରେ ସେମାନେ ଶିଶୁଟିକୁ ସମ୍ମମ୍‌କୁ ଆଣିଥିଲେ। ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିବାରୁ ଅନେକ ହସ୍ପିଟାଲ୍ ଏହାର ଚିକିତ୍ସା ନିମନ୍ତେ ରାଜି ହୋଇନଥିଲେ। ସମ୍ମମ୍‌ର ପ୍ଲାଷ୍ଟିକ୍ ସର୍ଜରି ବିଭାଗର କନ୍‌ସଲ୍‌ଟାଣ୍ଟ ଡାକ୍ତର ଉନ୍ମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହି ଟିମ୍‌ରେ ଆନେସ୍ଥେସିଓଲୋଜି ବିଭାଗର ସିନିୟର୍ କନ୍‌ସଲ୍‌ଟାଣ୍ଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ରୋଶନି ସାମିଲ ଥିଲେ।

ସମ୍ବନ୍ଧିତ ଖବର