ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ଜୀବନ କୁମାର ବଡ଼ୁଙ୍କ ପତ୍ନୀ ସୁଚିତ୍ରା ବଡ଼ୁଙ୍କର ଗତକାଲି ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ ସମ୍ପନ୍ନ ହେଇଛି। ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ, ପୁତ୍ର ବିଶ୍ୱଜିତ ବଡ଼ୁ, କନ୍ୟା ପୂଜା ବଡ଼ୁ, ପୁତ୍ରବଧୂ ଅର୍ଚ୍ଚିତା ବଡ଼ୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Advertisment

ଶ୍ରୀମତୀ ବଡ଼ୁଙ୍କ ପରଲୋକରେ ମଞ୍ଚେଶ୍ୱର ଗ୍ରାମ ଓ ଶିଳ୍ପାଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ସମାଜସେବିକା, ଓଟିପିଏଲର ଡାଇରେକ୍ଟର, ଓଆଇପିଏଲର ମ୍ୟାନେଜିଂ ଡାଇରେକ୍ଟର, ଲାୟନ୍ସ କ୍ଲବ ଓ ଇଣ୍ଡଷ୍ଟ୍ରିଆଲ ଆସୋସିଏସନ୍‌ର ସଭ୍ୟା ଥିଲେ।