ଭୁବନେଶ୍ବର: ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧିକୁ ବିରୋଧ କରି ଏସୟୁସିଆଇ (କମ୍ୟୁନିଷ୍ଟ୍) ପକ୍ଷରୁ ଆଜି ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧୨ ମାସ ମଧ୍ୟରେ କେନ୍ଦ୍ର ସରକାର ୬ ଥର ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି କରିଥିବା ବେଳେ ଦଳ ଏହାର ଦୃଢ଼ ନିନ୍ଦା କରିଛି।

Advertisment

ମୂଲ୍ୟ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟ‌ାହାର କରିବା ପାଇଁ ଏସୟୁସିଆଇ ପକ୍ଷରୁ ଦାବି କରାଯାଇଛି। ଆଜିର ବିକ୍ଷୋଭରେ ଜିଲ୍ଲା ସାଂଗଠନିକ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ରାଜ୍ୟ କମିଟି ସଭ୍ୟ ସଦାଶିବ ଦାସ, ବିଭୂତି ନାୟକ, ରାଜେନ୍ଦ୍ର ବର୍ମା, ଜିଲ୍ଲା କମିଟି ସଦସ୍ୟ ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ପ୍ରଭାମଂଜୁଳା ବ୍ରହ୍ମା, ବିଜୟଲକ୍ଷ୍ମୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।