ଭୁବନେଶ୍ୱର: କଂସା ବାସନର ବିଶାଳ ସଂଗ୍ରହକ ସୁଦର୍ଶନ ସାହୁ ଓ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ସାହୁ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ଏକ ନକସକରା ‘ହାତୀପାହୁଲିଆ’ ଡିଜାଇନର ପଖାଳ କଂସା ବେଲା ଉପହାର ଦେଇଛନ୍ତି। ଯେଉଁଥିରେ ଦୋଳ ପୂର୍ଣ୍ଣିମା ଦିନ ଦୋଳ ଗୋବିନ୍ଦଙ୍କ ବିମାନରେ ଗ୍ରାମ ପରିକ୍ରମାର ଦୃଶ୍ୟ ରହିଛି। ଏହାସହିତ ୪ଟି ପୌରୁଷ ପତ୍ରିକା ପ୍ରଦାନ କରିଛନ୍ତି ଯେଉଁଥିରେ ଶ୍ରୀ ସାହୁଙ୍କର ଆଲେଖ୍ୟ ରହିଛି। ପଖାଳ କଂସା, କଂସା ଥାଳିର କଥା, ଡିବି: ଏକ ଆଲୋକିତ ଇତିହାସ ଓ ହଣ୍ଡାହାଣ୍ଡିର ସଂସାର ଆଦି ୪ଟି ଆଲେଖ୍ୟ ଏହି ପତ୍ରିକଗୁଡ଼ିକରେ ରହିଛି। ରାଜ୍ୟପାଳ ନକ୍ସା କାରିଗରୀ ଦେଖି ଭାବ ବିହ୍ୱଳ ହେଲେ ଓ ବେଲା ଡିଜାଇନ ଉପରେ ଥିବା ତଥ୍ୟ ଜାଣି ଖୁବ ଆନନ୍ଦିତ ହେଲେ। ଏଥିସହ ରାଜ୍ୟପାଳ ତାଙ୍କର ସଂଗ୍ରହାଳୟ ‘ଗୋପୀନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’ ପରିଦର୍ଶନରେ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ରାଜ୍ୟପାଳଙ୍କୁ ହାତୀପାହୁଲିଆ କଂସା ପ୍ରଦାନ କଲେ ସୁଦର୍ଶନ
/sambad/media/post_attachments/wp-content/uploads/2023/06/654654fh65hfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)