ଦୂତିଙ୍କୁ କଟାକ୍ଷ କରିବା ଘଟଣା: ସୁଧାଂଶୁଙ୍କ ଜାମିନ୍‌ ଖାରଜ

ଭୁବନେଶ୍ବର : ୱେବ୍‌ଚ୍ୟାନେଲ୍‌ ଓ ସାମାଜିକ ଗଣମାଧ୍ୟମରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଚରିତ୍ର ସଂହାର କରିବା ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବାରମ୍ବାର କଟାକ୍ଷ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ୱେବ୍‌ଚ୍ୟାନେଲ୍‌ ସମ୍ପାଦକ ସୁଧାଂଶୁ ରାଉତଙ୍କ ଜାମିନ୍ ନାମଞ୍ଜୁର ହୋଇଛି। ଏଡିଜେ-୪ ମୀନାକ୍ଷୀ ଦାସ ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି।

ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଚାଲିଥିବା ସମୟରେ ୱେବ୍‌ଚ୍ୟାନେଲ୍‌ ସଂପାଦକ ସୁଧାଂଶୁ ରାଉତ ଦୂତିଙ୍କ ବିରୋଧରେ ଲଗାତାର ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ ସହ ନକାରାତ୍ମକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ଦୂତିଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ କେସ୍‌ ନଂ-୧୦୬ ଆଇପିସି ଦଫା ୩୫୪(ଏ), ୧୨୦(ବି), ୫୦୯ରେ ମାମଲା ରୁଜୁକରି ଗତ ୩ ତାରିଖରେ ୱେବ୍‌ଚ୍ୟାନେଲ୍‌ ସଂପାଦକ ସୁଧାଂଶୁ ରାଉତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୁରେଶ ବାରିକ ଏହି ମାମଲାର ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର