ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ସ୍ୱର୍ଗତ ସୁଧାଶୁଂ ଭୂଷଣ ମିଶ୍ରଙ୍କ ୭୭ତମ ଜନ୍ମ ଉତ୍ସବ ପଟିଆସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ‘ମମତା’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶ୍ରମ ଓ ସଂସଦୀୟ ବ୍ୟାପାର ସଚିବ ଲକ୍ଷ୍ମୀଧର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଯୋଗସୂତ୍ର’ ଶୀର୍ଷକ ବିଷୟ ଉପରେ ସ୍ମାରକୀ ବକ୍ତତା ପ୍ରଦାନ କରିଥିଲେ। ସେ କହିଲେ, ପ୍ରଶାସନ ସାଧାରଣ ଲୋକଙ୍କ ନିକଟତର ହେବା ଉଚିତ୍। ତେବେ ଯାଇ ଦୁର୍ବଳ ଶ୍ରେଣୀ ଲୋକଙ୍କର ଦୁଃଖ କଷ୍ଟ ଦୂର ହୋଇପାରିବ। ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ‘ଭିନ୍ନମତ’ର ଏକ ସଂକଳନ ଉନ୍ମୋଚନ କରିଥିଲେ। ଶ୍ରୀ ପଟ୍ଟନାୟକ ବକ୍ତବ୍ୟରେ କହିଲେ, ଭିନ୍ନମତର ବିଭିନ୍ନ ରଚନା ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନର ଦୃଷ୍ଟି ଆକାର୍ଷଣ କରି ପାରିବ। ସୁଧାଂଶୁ ମିଶ୍ରଙ୍କ ସମ୍ପର୍କରେ ବକ୍ତବ୍ୟ ରଖି କହିଲେ, ସେ ଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ। ଯଦି ତାଙ୍କର ସହଯୋଗୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହାନ୍ତି ତେବେ ବିଭିନ୍ନ କ୍ଷେତ୍ରରେ ନିଜକୁ ସଂପୃକ୍ତ କରି ସମାଜର ଉନ୍ନତି କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଅବସରରେ ପୂର୍ବତନ ସୂଚନା କମିସନର ପ୍ରଫେସର ରାଧା ମୋହନ, ସାଇ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍ର ଚେୟାରମ୍ୟାନ ବିଜୟ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ସୁଧାଂଶୁ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ। ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ ‘ଭିନ୍ନମତ’ ପୁସ୍ତକର ବାଖ୍ୟା କରିଥିଲେ। ‘ମମତା ଫାଉଣ୍ଡେସନ’ର ସଂପାଦକ ବିଜୟା ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶେଷରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ.ସରିତା ସୂପକାର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହ୍ନରେ ମମତା ପକ୍ଷରୁ ‘ମୋହିନୀ ପ୍ରମିଳା’ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ପୋଷାକ, ଖାଦ୍ୟ, ଆସବାବପତ୍ର ବଣ୍ଟା ଯାଇଥିଲା।
ପ୍ରଶାସନ ସାଧାରଣ ଲୋକଙ୍କ ନିକଟତର ହେବା ଉଚିତ
ସୁଧାଂଶୁ ମିଶ୍ରଙ୍କ ଜୟନ୍ତୀ
/sambad/media/post_attachments/wp-content/uploads/2018/07/Sudhansu-Mishra-Memorial-Lecture-Prg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)