କାନ୍ଦୁଥିବା ଫଟୋ ଛାଡ଼ିଲେ ସୁହାନା

ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଛାଡ଼ିଛନ୍ତି। ସୁହାନା ସବୁବେଳେ ଗ୍ଲାମର୍ସ ଫଟୋ ସେୟାର କରୁଥିବା ବେଳେ ଏବେ ଏକ କାନ୍ଦୁଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ଯଦି ଆପଣ ମତେ କାନ୍ଦିବା ଦେଖିନାହାନ୍ତି, ତେବେ ଆପଣଙ୍କୁ ଅଭିନନ୍ଦନ। ଏହା କ୍ବାରାଣ୍ଟିନ୍‌ ଫିଲ୍ମିଙ୍ଗ ବୋଲି ମଧ୍ୟ ସେ କ୍ୟାପ୍ସନ୍‌ରେ ଉଲ୍ଲେଖ କରିଛନ୍ତି। ସୁହାନାଙ୍କର ଏଭଳି ଫଟୋରୁ ସେ ନିଜ ଘରେ କିଛି ପ୍ରକଳ୍ପ କାମ ଚାଲୁ ରଖିଥିବା ଜଣାପଡ଼ୁଛି। ଏହା ପୂର୍ବରୁ ସୁହାନା ହୀରାର ବ୍ରେସଲେଟ୍‌, ସୁନା ହାର ଓ ୨୬ ଲକ୍ଷ ୨ହଜାର ୧୧୫ ଟଙ୍କା ମୂଲ୍ୟର ମୁଦି ପିନ୍ଧି ଏକ ଫଟୋ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର