ଚନ୍ଦ୍ରଶେଖରପୁର: ଇନ୍ଫୋସିଟି ଥାନା ଅଧୀନ ଶିଖରଚଣ୍ଡୀ ବସ୍ତିରେ ଆଜି ଜଣେ ଯୁବତୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ ହେଲେ ମମତା ଜେନା(୨୨)। ସେ କିଟ୍’ ଅଞ୍ଚଳରେ ଥିବା ଏକ ହୋଟେଲ୍ରେ େଓ୍ଵଟର୍ ଭାବେ କାମ କରୁଥିଲେ। ଆଜି ସେ ହୋଟେଲ୍କୁ ଯାଇ ନଥିବାରୁ ହୋଟେଲ୍ କର୍ମଚାରୀମାନେ ତାଙ୍କୁ ଖୋଜାଖୋଜି କରି ଘର ନିକଟରେ ପହଞ୍ଚିଥିଲେ। ସେଠାରେ ତାଙ୍କ ଘର କବାଟ ବନ୍ଦ ଥିବାରୁ ଆଖପାଖ ଲୋକଙ୍କୁ ଡାକି କବାଟ ଖୋଲିବା ପାଇଁ କହିଥିଲେ। ଲୋକମାନେ କବାଟ ଖୋଲିବା ପୂର୍ବରୁ ଇନ୍ଫୋସିଟି ଥାନାକୁ ସୂଚନା ଦେଇଥିଲେ। ପୁଲିସ ଉପସ୍ଥିତିରେ କବାଟ ଖୋଲିବାରୁ ମମତା ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରଥିବା ଦେଖିବାକୁ ମିଳିଥିଲା। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନି। ଆଖପାଖ ଲୋକଙ୍କ ସୂଚନା ଅନୁଯାୟୀ ସେ ଶୁକ୍ରବାର ବିଳମ୍ବିତ ରାତିରେ ମୋବାଇଲ୍ରେ କାହା ସହ ଯୁକ୍ତିତର୍କ କରୁଥିଲେ। ଆସନ୍ତା କାଲି କ୍ୟାପିଟାଲ୍ ହସ୍ପିଟାଲ୍ରେ ଶବ ବ୍ୟବଚ୍ଛଦ ହେବ। ପୁଲିସ୍ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ସୂଚନା ଦେବାସହ ମୋବାଇଲ୍ ଫୋନ୍ ଜବତ କରିଛି।
ଫ୍ୟାନ୍ର ଝୁଲି ଯୁବତୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/05/suicide-600-1518436071-1519041121.jpg)