ଚନ୍ଦ୍ରଶେଖରପୁର: ଇନ୍ଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ ଟିଭି ଚ୍ୟାନେଲ୍ କାର୍ଯ୍ୟାଳୟ ଆଗରେ ଆଜି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକଜଣଙ୍କ ବ୍ଲେଡ୍ରେ ତାଙ୍କ ହାତକୁ କାଟି ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯାଇଛି। ଚିକିତ୍ସା ପରେ ଯୁବକ ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଘରୋଇ ଚ୍ୟାନେଲ୍ରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କକୁ ନେଇ ଏକ ଧାରାବାହିକ ପ୍ରସାରିତ ହେଉଛି। ଉକ୍ତ କାର୍ଯ୍ୟକ୍ରମରେ ଗତ ଜୁନ୍ ମାସରେ ବରମୁଣ୍ଡା ଅଞ୍ଚଳର ଜଣେ ନବବିବାହିତ ଦମ୍ପତି ଓ ସେମାନଙ୍କ ପରିବାର ଲୋକେ ଯୋଗ ଦେଇଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦକୁ ନେଇ ଆଲୋଚନା ଚାଲିଥିବା ବେଳେ କୌଣସି ସମାଧାନର ବାଟ ବାହାରି ନଥିଲା। ଫଳରେ ଉପସ୍ଥାପକ ସୁଟିଂ ଅଧାରୁ ଚାଲି ଯାଇଥିଲେ। ଚ୍ୟାନେଲ୍ କାର୍ଯ୍ୟାଳୟରୁ ବାହାରି ଉଭୟ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ପରିବାର ଲୋକ ନିକଟସ୍ଥ ଏକ ମନ୍ଦିରରେ ବସି ଘଟଣାର ଆପୋସ ବୁଝାମଣା କରିଥିଲେ। ତେବେ ସେମାନଙ୍କର ସୁଟିଂ ହୋଇଥିବା ଅଧ୍ୟାୟକୁ ଚ୍ୟାନେଲ୍ରେ ପ୍ରସାରଣ ନ କରିବା ପାଇଁ ସ୍ୱାମୀ, ସ୍ତ୍ରୀ ଧାରାବାହିକ ନିର୍ଦେଶକ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ଚ୍ୟାନେଲ୍ କର୍ତୃପକ୍ଷ ଉକ୍ତ ଅଧ୍ୟାୟକୁ କିଛି ଦିନ ପରେ ଟିଭିିରେ ପ୍ରସାରଣ କରିବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଲୋକଲଜ୍ଜାର ସମ୍ମୁଖୀନ ହୋଇଥିଲେ। ଆଜି ସ୍ୱାମୀଜଣଙ୍କ ଚ୍ୟାନେଲ୍ କାର୍ଯ୍ୟାଳୟକୁ ଆସି ଅଭିଯୋଗ ଜଣାଇଥିଲେ। ତେବେ କାର୍ଯ୍ୟାଳୟର ଅଧିକାରୀ ସେମାନଙ୍କ କଥା ନ ବୁଝି ଫାଟକ ବାହାରକୁ ଚାଲିଯିବା ପାଇଁ କହିବାରୁ ଯୁବକଜଣଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ବ୍ଲେଡ୍ରେ ହାତ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଘରୋଇ ଟିଭି ଚ୍ୟାନେଲ୍ କାର୍ଯ୍ୟାଳୟ ଆଗରେ
/sambad/media/post_attachments/wp-content/uploads/2018/07/suicide-knife.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)