ଭୁବନେଶ୍ୱର: ବଞ୍ଚିଗଲେ କୂଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା। କିଛି ଘଣ୍ଟା ତଳେ ହଂସପାଳସ୍ଥିତ ଓଭରବ୍ରିଜ ଉପରୁ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା। ସୂଚନା ମୁତାବକ ଅପରାହ୍ନ ୧୨ ଟାରୁ ୧୨ ଟା ୩୦ ମଧ୍ୟରେ ଜଣେ ୫୫ ବର୍ଷୀୟା ମହିଳା ନଦୀକୁ ଡ଼େଇଁପଡିଥିଲେ। ଉକ୍ତ ମହିଳା ଙ୍କ ନାଁ ସୁମିତ୍ରା ଦାସ ଓ ସେ ନୟାପଲ୍ଲୀ ବେହେରା ସାହି ବୋଲି ସୂଚନା ମିଳିଥିଲା। ଖବର ମିଳିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ହେଲେ କିଛି ଘଣ୍ଟା ମଧ୍ୟରେ ନଦୀ ସୁଅରେ ଭାସିଯାଇ ଟଙ୍କପାଣି ରୋଡ ନିକଟସ୍ଥ ନଦୀରୁ ମହିଳାଙ୍କୁ ଉଦ୍ଧାର କରାଯାଇଛି। ତେବେ ମହିଳାଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିବାର କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୁଙ୍ଖାନପୁଙ୍ଖ ପଚରାଉଚୁରା କରିଛନ୍ତି।
ସୁଚନା ମୁତାବକ ଏକ ଗାଡ଼ିରେ ଆସି ହଂସପାଳ ଓଭରବ୍ରିଜରୁ ଡ଼େଇଁପଡିଥିଲେ ଉକ୍ତ ମହିଳା। ସେଇ ରାସ୍ତାରେ ଯାଉଥିବା କିଛି ଲୋକ ଦେଖିବାପରେ ସଂଗେ ସଂଗେ ପୋଲିସକୁ ଜଣାଇଥିଲେ। ତେବେ ସେ କେଉଁ କାରଣରୁ ଏପରି କରିଛନ୍ତି ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମହିଳାଙ୍କ ସହ ଜଣେ ପୁରୁଷ ଏକ ବାଇକରେ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/12345.jpg)