ଚନ୍ଦ୍ରଶେଖରପୁର : ଜଣେ ବିଧବା ରେଳ କର୍ମଚାରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା ଓ ପରେ ଗର୍ଭନଷ୍ଟ ପାଇଁ ନିର୍ଯାତନା ଦେବା ଯୋଗୁଁ ଗତ ଶୁକ୍ରବାର ବିଧବା ମହିଳାଜଣଙ୍କ ଭୁବନେଶ୍ୱର ରେଲ୍ଓ୍ଵ ଷ୍ଟେସନ୍ରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ନାମ ମଧୁସ୍ମିତା ପ୍ରଧାନ। ଏଥିରେ ମହିଳାଙ୍କ ଦୁଇଟି ଯାକ ଗୋଡ଼ କଟି ଯାଇଥିଲା। ଜିଆର୍ପି ପୁଲିସ୍ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତି କରାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ମହିଳାଙ୍କ ନିକଟରୁ ପୁଲିିସ୍ ଏକ ସୁଇସାଇଡାଲ୍ ନୋଟ୍ ଜବତ କରିଛି। ସେଥିରେ ବାପି ବାବୁ ନାମକ ଜଣେ ଯୁବକଙ୍କ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇଛନ୍ତି। ଆଜି ମଧୁସ୍ମିତାଙ୍କ ପରିବାରଲୋକ ବାପି ବାବୁଙ୍କ ସହ ମଧୁସ୍ମିତାର ବନ୍ଧୁତା ନେଇ ସବୁ ଘଟଣା ପୁଲିସ୍କୁ ଜଣାଇ ତାଙ୍କ ଝିଅକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରି ମୃତ ମହିଳାଙ୍କ ପୁଅକୁ ପଚରାଉଚରା କରିଛି। କିନ୍ତୁ ବାପିକୁ ଖୋଜାଖୋଜି କରି ନିରାଶ ହୋଇଛି। ଘଟଣା ଅନୁଯାୟୀ ବାପି ଓ ମଧୁ ଦୁହେଁ ରେଳ କର୍ମଚାରୀ। ମଧୁର ସ୍ୱାମୀଙ୍କ ମୃତ୍ୟୁ ପରେ ବାପି ମଧୁ ସହ ମିଳାମିଶା କରୁଥିଲା। ଏପରିକି ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ବାରମ୍ବାର ସଂପର୍କ ରଖିଥିଲା। ମଧୁ ଗର୍ଭବତୀ ହୋଇଯିବାରୁ ଏ ସଂପର୍କରେ ବାପିକୁ ଜଣାଇଥିଲେ। କିନ୍ତୁ ବାପି ଓ ତାଙ୍କ ପତ୍ନୀ ମଧୁଙ୍କ ଘରକୁ ଯାଇ ଗର୍ଭନଷ୍ଟ କରିବା ପାଇଁ ଚାପ ପକାଇଥିଲେ। ଏନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଏହାକୁ କେନ୍ଦ୍ର କରି ମହିଳଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।
ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିଲା : ସୁଇସାଇଡ୍ ନୋଟ୍ ଜବତ ଅଭିଯୁକ୍ତକୁ ଖୋଜୁଛି ପୁଲିସ୍
/sambad/media/post_attachments/wp-content/uploads/2018/06/ddd-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)