ଚଳନ୍ତା ରୋଲର୍‌ ତଳେ ଶୋଇପଡ଼ି ଚାଳକଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ଭରତପୁର ସାଇବିହାର ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଗୋଡ଼ିଆଳିର ନୀଳମଣି ଦେବତା(୩୨) ଶୁକ୍ରବାର ସକାଳେ ବଡ଼ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି। ନଜେ ଚଳାଉଥିବା ରୋଲର୍‌କୁ ଷ୍ଟାର୍ଟ କରି ତା’ ଚକା ତେଳେ ଶୋଇପଡ଼ି ନୀଳମଣି ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଖବର ଅନୁଯାୟୀ, କୌଣସି କାରଣରୁ ନୀଳମଣି ଗତ ଦୁଇ ଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବା ଜଣାପଡ଼ିଥିଲା। ଆଜି ସକାଳେ ସେ ହଠାତ୍ ପୁଣି ନିଜ ମାନସିକ ଭାରସାମ୍ୟ ହରାଇଥିଲେ ଓ ତାଙ୍କ ଫୋନ୍‌କୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ। ଏହା ପରେ ସେ ରୋଲର୍ ଚାବି ଆଣି ଷ୍ଟାର୍ଟ କରି ଚଳନ୍ତା ରୋଲର୍‌ ସମ୍ମୁଖକୁ ଡେଇଁ ପଡ଼ିଥିଲେ। ରୋଲର୍‌ ଚକା ତଳେ ତାଙ୍କ ମୁଣ୍ଡ ଚାପି ହୋଇଯାଇଥିଲା।

ସନ୍ଦେହଜନ ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ
ଭୁବନେଶ୍ବର : ସନ୍ଦେହଜନକ ଅବସ୍ଥାରେ ଆଖଣ୍ଡଳମଣି ବସ୍ତି ଅଞ୍ଚଳର ଏକ ଘର ନିକଟରୁ ଭୂପେନ୍ଦ୍ର ଲୋଧିଆ(୩୦) ନାମକ ଜଣେ ଯୁବକଙ୍କ ମୃତଦେହକୁ ମଞ୍ଚେଶ୍ବର ଥାନା ପୁଲିସ ଜବତ କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି।

ସୂଚନା ମୁତାବକ, ଶୁକ୍ରବାର ସକାଳ ସମୟରେ ଭୂପେନ୍ଦ୍ର ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖି ଲୋକ ପୁଲିସକୁ ଜଣାଇଥିଲେ। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ନେଇଥିଲା। ହେଲେ‌ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୂପେନ୍ଦ୍ରଙ୍କ ଘର ସେହି ଅଞ୍ଚଳରେ ହୋଇଥିଲେ ସେ ଘରକୁ ନଯାଇ ସେଠାକୁ କେମିତି ଆସିଲେ ତାହାକୁ ନେଇ ପୁଲିସର ସନ୍ଦେହ ବଢ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର